ଦେଶରେ ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମି  : ହାଇସ୍ପିଡ ଇଣ୍ଟରନେଟ୍ କିଣିବା ଦୌଡରେ ୪ କମ୍ପାନୀ Kanak News

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ୫-ଜି ସ୍ପେକ୍ଟ୍ରମ୍ ନିଲାମୀ ପ୍ରକ୍ରିୟା । ଏଥିରେ ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଓ ବିଏସ୍ଏନ୍ଏଲ ପରି ୪ଟି କମ୍ପାନୀ ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ । ପୂର୍ବରୁ ଦେଶରେ ଫାଇଭ୍-ଜି’ର ସଫଳ ପରୀକ୍ଷା କରାଯାଇଛି । ସମ୍ପୂର୍ଣ୍ଣ ଦେଶୀ କୌଶଳ ଓ ପ୍ରଯୁକ୍ତିରେ ଏହାର ଡିଜାଇନ କରାଯାଇଛି  । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଫାଇଭ୍-ଜି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି  । ଏହା ଲାଗୁ ହେବା ପରେ ଅନଲାଇନ୍ ସେବା ଆହୁରି ତ୍ୱରାନ୍ୱିତ ହେବ ।

ଭିଡିଓ ଡାଉନଲୋଡ ଖୁବ ଶୀଘ୍ର ହୋଇପାରିବ  । କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ  । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ  । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଫାଇଭ୍-ଜିକୁ ବ୍ୟବହାର କରାଯାଇ ପାରିବ  । ଘରୋଇ ଟେଲିକମ୍ କମ୍ପାନୀମାନେ ମଧ୍ୟ ଫାଇଭ୍-ଜି ନେଇ ପରୀକ୍ଷଣ କରୁଛନ୍ତି । ବିଶ୍ୱର ଅନେକ ନାମୀଦାମୀ କମ୍ପାନୀ ମଧ୍ୟ ଫାଇଭ୍-ଜିର ପରୀକ୍ଷା କରୁଛନ୍ତି  । ସାମସଙ୍ଗ, ନାକିଆ, ଇନଟେଲ, ହ୍ୱେଏଇ, ଏରିକସନ ପରି କମ୍ପାନୀ ଏକ୍ଷେତ୍ରରେ ଅଗ୍ରଗତି ମଧ୍ୟ କରିଛନ୍ତି  । ଚୀନ୍, ଆମେରିକା, ଦକ୍ଷିଣ କୋରିଆ ପରି ରାଷ୍ଟ୍ର ଏବେ ଏହି ପ୍ରଯୁକ୍ତିରେ ଭାରତ ଠାରୁ ଆଗରେ ଅଛନ୍ତି ।

The post ଦେଶରେ ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମି  : ହାଇସ୍ପିଡ ଇଣ୍ଟରନେଟ୍ କିଣିବା ଦୌଡରେ ୪ କମ୍ପାନୀ first appeared on Kanak News.



from Kanak News https://ift.tt/TNV7PxF https://ift.tt/BEj5CDR
ଦେଶରେ ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମି  : ହାଇସ୍ପିଡ ଇଣ୍ଟରନେଟ୍ କିଣିବା ଦୌଡରେ ୪ କମ୍ପାନୀ Kanak News ଦେଶରେ ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମି  : ହାଇସ୍ପିଡ ଇଣ୍ଟରନେଟ୍ କିଣିବା ଦୌଡରେ ୪ କମ୍ପାନୀ Kanak News Reviewed by SUBHENDU BARAL on July 25, 2022 Rating: 5

No comments:

Powered by Blogger.