ଏମ୍ସରୁ ଆଜି କୋଲକାତା ଫେରିିିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ : ସ୍ୱାସ୍ଥ୍ୟ ପରୀକ୍ଷା କରି ସାମାନ୍ୟ ଅସୁସ୍ଥ ଥିବା କହିଲେ ଡାକ୍ତର Kanak News
କନକ ବ୍ୟୁରୋ : ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଆଜି ଭୁବନେଶ୍ୱର ଏମ୍ସରୁ କୋଲକାତାକୁ ଫେରିଯାଇଛନ୍ତି । ଗତକାଲି ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପରେ ପାର୍ଥଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ ମେଡିକାଲ ବୋର୍ଡ । ଏଥିସହ ଅଦାଲତ ନିକଟରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ରିପୋର୍ଟ ଦାଖଲ କରାଯାଇଛି । ତେଣୁ ଆଜି ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୋଲକାତା ଫେରିଯାଇଛନ୍ତି । ସେପଟେ ସ୍ୱତନ୍ତ୍ର ଅଦାଲତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କୁ ୧୦ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଗିରଫ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏୟାର୍ ଆମ୍ବୁଲାନ୍ସରେ ସୋମବାର ସକାଳେ କୋଲକାତାରୁ ଭୁବନେଶ୍ବର ଅଣାଯାଇଥିଲା । ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ଏଠାରେ ପହଞ୍ଚିବା ପରେ ଏମ୍ସର ପ୍ରାଇଭେଟ୍ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପଲମୋନାରି, ହୃଦ୍ରୋଗ, ଯକୃତ, ଏଣ୍ଡ୍ରୋକ୍ରିନୋଲୋଜି ବିଭାଗର ଏଚ୍ଓଡିଙ୍କୁ ନେଇ ଗଠିତ ମେଡିକାଲ ବୋର୍ଡ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।
ଇସିଜି, ଅଲଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ସମେତ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା। ତାଙ୍କର ହୃଦ୍ରୋଗଜନିତ କୌଣସି ସମସ୍ୟା ନଥିବା ଜଣାପଡ଼ିଛି । ଅପରାହ୍ଣ ପ୍ରାୟ ୪ଟା ବେଳକୁ ନିର୍ଦେଶକ ଭର୍ଚୁଆଲ ମାଧ୍ୟମରେ ଅଦାଲତଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଦାଖଲ କରିଥିଲେ । ସୂଚନାଯୋଗ୍ୟ ଯେ ଗିରଫ କରାଯିବା ପରେ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସ୍ଏସ୍କେଏମ୍ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ଏହାକୁ ଇଡି ବିରୋଧ କରିବା ପରେ କଲିକାତା ହାଇକୋର୍ଟଙ୍କ ନିର୍ଦେଶରେ ତାଙ୍କୁ ଭୁବନେଶ୍ବର ଏମ୍ସ ଅଣାଯାଇଥିଲା ।
The post ଏମ୍ସରୁ ଆଜି କୋଲକାତା ଫେରିିିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ : ସ୍ୱାସ୍ଥ୍ୟ ପରୀକ୍ଷା କରି ସାମାନ୍ୟ ଅସୁସ୍ଥ ଥିବା କହିଲେ ଡାକ୍ତର first appeared on Kanak News.
from Kanak News https://ift.tt/0qIxRK9 https://ift.tt/YRlh2g9
No comments: