ଶୀଘ୍ର ମିଳିବ ଗରମରୁ ମୁକ୍ତି; ଜୁନ ୧୫ ବେଳକୁ ମୌସୁମି ବର୍ଷାରେ ଭିଜିବ ମଧ୍ୟ ଏବଂ ଉତ୍ତର ଭାରତ

ନୂଆଦିଲ୍ଲୀ ୦୮/୦୬ : ବହୁତ ଶୀଘ୍ର ମୌସୁମି ବାୟୁର ଅପେକ୍ଷା ସରିବାକୁ ଯାଉଛି। ପାଣିପାଗ  ବିଭାଗ ଅନୁସାରେ ଆସନ୍ତା ଜୁନ୍‌ ୧୫ ରୁ ମଧ୍ୟ ଓ ଉତ୍ତର ଭାରତରେ ମୌସୁମି ବାୟୁ ଛୁଇଁବ ଏବଂ ବର୍ଷା ଆରମ୍ଭ ହୋଇଯିବ। ଆଇଏମଡି (ଭାରତୀୟ ପାଣିପାଗ ବିଭାଗ)ର ନିର୍ଦ୍ଦେଶକ ମୃତ୍ୟୃଞ୍ଜୟ ମହାପାତ୍ର କହିଛନ୍ତି ଜୁନ୍‌ ୧୫ରୁ ବର୍ଷା ବଡ଼ଜୋର୍‌ ବର୍ଷା ହୋଇପାରେ। ସେ କହିଛନ୍ତି ବର୍ଷାହେବା ଫଳରେ ଧାନ, ମକା, କପା, ସୋୟାବିନ୍‌, ଆଖୁ, ବାଦାମ୍‌ ଫସଲ ବୁଣିବାରେ ସହାୟକ ହେବ।

ସୂଚନାଥାଉକି ଏଥର ମେ ୨୯ରେ ମୌସୁମି ବାୟୁ କେରଳ ଛୁଇଁଥିଲା। ଏଥର ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ମୌସୁମିବାୟୁ ପହଞ୍ଚି ଥିଲା। କିନ୍ତୁ ଜୁନ୍‌ ୧ ପର୍ଯ୍ୟନ୍ତ ହାରାହାରି ମାତ୍ରାରୁ ବହୁତ ବର୍ଷା ହୋଇଛି। ପାଣିପାଗ ବିଭାଗ ସାମାନ୍ୟ ବର୍ଷାର ଆକଳନ ହାରାହାରି ୫୦ ବର୍ଷ ହିସାବରେ କରିଥାଏ। ୯୬ ରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷାକୁ ସାମାନ୍ୟ ବୋଲି କୁହାଯାଏ। ପୁରା ବର୍ଷା ଋତୁରେ ୮୭ ସେମି ବର୍ଷାକୁ  ସାମାନ୍ୟ ବର୍ଷା ବୋଲି କୁହାଯାଏ।

ମୌସୁମି ବାୟୁ ଉପରେ ଭାରତର କୃଷି, ଅର୍ଥବ୍ୟବସ୍ଥା ନିର୍ଭର କରିଥାଏ ଓ ବର୍ଷା ଋତୁରେ ପୁରା ବର୍ଷର ୭୦ ପ୍ରତିଶତ ବର୍ଷା ହୋଇଥାଏ। ପାଣିପାଗ ବିଭାଗ ଅନୁସାରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଆସାମ୍‌, ଦକ୍ଷିଣ ପଶ୍ଚିମବଙ୍ଗ, ମେଘାଳୟ, ସିକ୍କିମ ଓ କର୍ଣ୍ଣାଟକର କିଛି ଅଂଶରେ ଭଲ ବର୍ଷା ହୋଇଛି।

ଏବେ ପଶ୍ଚିମା ପବନ ବହୁଥିବାରୁ କେରଳ, କର୍ଣ୍ଣାଟକ, ଲାକ୍ଷାଦ୍ୱୀପରେ ଆଗାମି ୫ ଦିନ ଭିତରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କର୍ଣ୍ଣାଟକରେ ବୁଧବାରରୁ ଶନିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଥାଉକି ଏବେ ଉତ୍ତରଭାତରେ ଭୀଷଣ ଗରମ ଅନୁଭୂତ ହେଉଛି। ଗରମରୁ ମୁକ୍ତି ପାଇବା ପାଇଁ ଲୋକାମାନେ ବର୍ଷାକୁ ଅପେକ୍ଷା କରିଛନ୍ତି। ମୌସୁମି ବାୟୁ ପୂର୍ବରୁ ଅଳ୍ପ ବର୍ଷା କାରଣରୁ ଫସଲ ଉପରେ ଖରାପ ପ୍ରଭାବ ପଡ଼ିଛି।     



from Prameya News7 https://ift.tt/ao9nWHA
ଶୀଘ୍ର ମିଳିବ ଗରମରୁ ମୁକ୍ତି; ଜୁନ ୧୫ ବେଳକୁ ମୌସୁମି ବର୍ଷାରେ ଭିଜିବ ମଧ୍ୟ ଏବଂ ଉତ୍ତର ଭାରତ ଶୀଘ୍ର ମିଳିବ ଗରମରୁ ମୁକ୍ତି; ଜୁନ ୧୫ ବେଳକୁ ମୌସୁମି ବର୍ଷାରେ ଭିଜିବ ମଧ୍ୟ ଏବଂ ଉତ୍ତର ଭାରତ Reviewed by SUBHENDU BARAL on June 08, 2022 Rating: 5

No comments:

Powered by Blogger.