ପୁରୁଷଙ୍କ ତୁଳନାରେ ୨୦ ବର୍ଷ ଅଧିକ ବଞ୍ଚନ୍ତି କିନ୍ନର; କାରଣ ଜାଣନ୍ତୁ… Pramod Behera

ଏକ ଗବେଷଣାରୁ ଜଣାପଡିଛି ଯେ ସାଧାରଣ ଲୋକଙ୍କ ଅପେକ୍ଷା କିନ୍ନରମାନେ ଅଧିକ ଦିନ ବଞ୍ଚନ୍ତି। ଦେଖାଯାଏ ଯେ ଅଧିକାଂଶ ଲୋକ କିନ୍ନରଙ୍କ ଜୀବନ ପ୍ରତି ଅଧିକ ଧ୍ୟାନ ଦେଇ ନଥାନ୍ତି। ସେମାନଙ୍କ ଜୀବନ ସବୁବେଳେ କୌତୁହଳରେ ପୂର୍ଣ୍ଣ।

ଅନୁସନ୍ଧାନକାରୀମାନେ ଶହ ଶହ ବର୍ଷ ଧରି କୋରିଆ ଉପଦ୍ୱୀପରେ ରହୁଥିବା କିନ୍ନରମାନଙ୍କ ଜୀବନ ସହ ଜଡିତ ଘରୋଇ ଦସ୍ତାବିଜ୍‌କୁ ନେଇ ଅଧ୍ୟୟନ କରିଥିଲେ। ଏହାର ଫଳାଫଳ ହେଲା ଯେ ବନ୍ଧ୍ୟାକରଣ ହେତୁ କିନ୍ନରମାନେ ଅଧିକ ଦିନ ବଞ୍ଚନ୍ତି। ଏହି ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ ସେମାନେ ଅନ୍ୟ ଲୋକଙ୍କ ତୁଳନାରେ ପ୍ରାୟ ୨୦ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ବୈଜ୍ଞାନିକ ତଥ୍ୟ କହୁଛି ଯେ ପୁରୁଷଙ୍କ ହରମୋନ୍ ହିଁ ସେମାନଙ୍କ ବୟସକୁ ହ୍ରାସ କରିଥାଏ।

ପ୍ରତ୍ୟେକ ସଂସ୍କୃତି ଏବଂ ସଭ୍ୟତାରେ କିନ୍ନରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ଦ୍ୱାରା କିଛି ବିଶେଷ କାମ ହୋଇଥାଏ। ଉଦାହରଣସ୍ୱରୂପ, ସେମାନେ ରାଜପରିବାରର ଅନ୍ତପୁର ଯତ୍ନ ନେଉଥିଲେ। କୋରିଆରେ ମଧ୍ୟ କିନ୍ନରମାନେ ଅନ୍ତପୁରରେ କାମ କରୁଥିଲେ। ଆମ ଦେଶରେ, ମୋଗଲ ଦରବାରରେ ସେମାନଙ୍କୁ କାମ ଦିଆଯାଉଥିଲା।

କୋରିଆରେ ୧୫୫୬ ରୁ ୧୮୬୧ ମଧ୍ୟରେ କିନ୍ନରମାନେ ଜନ୍ମ ହୋଇଥିଲେ। ସେମାନଙ୍କ ହାରାହାରି ବୟସ ୭୦ ଥିଲା ଏବଂ ସେମାନଙ୍କ ମଧ୍ୟରୁ ୩ ଜଣ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିଥିଲେ। ଭାରତରେ କିନ୍ନରଙ୍କ ବୟସକୁ ନେଇ ସେମିତି କିଛି ଗବେଷଣା ହୋଇନି। ୨୦୧୧ରେ ସେମାନଙ୍କୁ ଜନଗଣନାରେ ସାମିଲ କରାଯାଇଥିଲା। ସେତେବେଳେ ଦେଶରେ ସେମାନଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ଥିଲା।

କୋରିଆର କିନ୍ନରମାନଙ୍କ ତୁଳନାରେ, ସାଧାରଣ ପରିବାରର ପୁରୁଷଙ୍କ ହାରାହାରି ବୟସ ୫୦ରୁ ଅଧିକ ହୋଇଥିବାବେଳେ ରାଜକୀୟ ଗୃହର ପୁରୁଷଙ୍କ ହାରାହାରି ବୟସ ମାତ୍ର ୪୫ ବର୍ଷ ଥିଲା। ସେହି ସମୟର ମହିଳାମାନଙ୍କ ବିଷୟରେ କୌଣସି ସୂଚନା ନାହିଁ। ତେବେ ପ୍ରାୟ ସମସ୍ତ ସମାଜରେ ମହିଳାଙ୍କ ଆୟୁଷ ପୁରୁଷଙ୍କ ତୁଳନାରେ ଅଧିକ। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସ୍ପଷ୍ଟ କାରଣ ମିଳି ନାହିଁ। ଗୋଟିଏ ମତ ହେଉଛି ଏହା ଯେ ପୁରୁଷମାନଙ୍କଠାରେ ମିଳୁଥିବା ଟେଷ୍ଟୋଷ୍ଟେରନ୍ ହରମୋନ୍ କାରଣରୁ ସେମାନଙ୍କ ଆୟୁ କମ ହୋଇଥାଏ।

ବ୍ରିଟେନ୍‌ରେ 'ବୃଦ୍ଧାବସ୍ଥା' ଉପରେ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଯେ କୋରିଆରେ କରାଯାଇଥିବା ଏହି ଅନୁସନ୍ଧାନ ଅତ୍ୟନ୍ତ କୌତୁହଳପୂର୍ଣ୍ଣ, କିନ୍ତୁ କିନ୍ନରମାନଙ୍କର ଦୀର୍ଘାୟୁ ହେବାର ଗୋଟିଏ କାରଣ ମଧ୍ୟ ସେମାନଙ୍କ ଜୀବନଶୈଳୀ ହୋଇପାରେ ବୋଲି ସେମାନେ ମତ ଦେଇଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/vz9NFWG
ପୁରୁଷଙ୍କ ତୁଳନାରେ ୨୦ ବର୍ଷ ଅଧିକ ବଞ୍ଚନ୍ତି କିନ୍ନର; କାରଣ ଜାଣନ୍ତୁ… Pramod Behera ପୁରୁଷଙ୍କ ତୁଳନାରେ ୨୦ ବର୍ଷ ଅଧିକ ବଞ୍ଚନ୍ତି କିନ୍ନର; କାରଣ ଜାଣନ୍ତୁ… Pramod Behera Reviewed by SUBHENDU BARAL on April 17, 2022 Rating: 5

No comments:

Powered by Blogger.