ହିରୋ ସାଜିଲେ ଦିନେଶ କାର୍ତ୍ତିକ, ଦିଲ୍ଲୀକୁ ୧୬ ରନରେ ହରାଇଲା ବେଙ୍ଗାଲୁରୁ

ମୁମ୍ବାଇ ୧୬।୦୪: ଶନିବାର  ଖେଳାଯାଇଥିବା ଆଇପିଏଲର ଦ୍ଵିତୀୟ ତଥା ୨୭ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀକୁ ୧୬ ରନରେ ହରାଇଛି। ଆରସିବି ଚତୁର୍ଥ ବିଜୟ ହାସଲ କରିବା ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଦିଲ୍ଲୀ ପଞ୍ଚମ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି। ବେଙ୍ଗାଲୁରୁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଦିନେଶ କାର୍ତ୍ତିକ ଏବଂ ଦ୍ରୁତ ବୋଲର ଜୋସ ହେଜେଲଉଡ। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୬୬ ରନ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ୫୫ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୯ ରନ କରିଥିଲା। ଜବାବରେ ଦିଲ୍ଲୀ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୬୬ ରନ ସତ୍ତ୍ଵେ ୭ ଓ୍ଵିକେଟ୍ ହରାଇ ୧୭୩ ରନରେ ସୀମିତ ରହିଛି। ଋଷଭ ପନ୍ତ ୩୪ ରନ କରିଛନ୍ତି। ହେଜେଲ ଉଡ ୩ଟି ଓ୍ଵିକେଟ୍  ନେଇଛନ୍ତି। ଦିଲ୍ଲୀ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହେବାରୁ ଲକ୍ଷ୍ୟରୁ ଦୂରେଇ ଯାଇଥିଲା।

ବେଙ୍ଗାଲୁରୁ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ନୈରାଶ୍ୟଜନକ ଆରମ୍ଭ କରିଥିଲା। ଦଳୀୟ ସ୍କୋର ୫ ରନରେ ଅନୁଜ ରାଓ୍ଵତ ଖାଲା ଖୋଲିବା ପୁର୍ବରୁ ଆଉଟ୍ ହୋଇଥିଲେ। ଅଧିନାୟକ ଫାଫ ଡୁପ୍ଲେସିସ୍(୮)  ପାଭିଲିୟନ ଫେରିଥିଲେ। ପୂର୍ବତନ ଅଧିନାୟକ ବିରାଟ କୋହଲି(୧୨) ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ପୁଣି ସୁୟସ ପ୍ରଭୁଦେଶାଇ(୬) ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଓ୍ଵିକେଟ୍ ଖସି ଚାଲିଥିଲେ ବି ଗ୍ଲେନ ମ୍ୟାକ୍ସଓ୍ଵେଲ  ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୩୪ ବଲରୁ ୭ ଚୌକା ଏବଂ ୨ ଛକା ସହ ୫୫ ରନ କରିଥିଲେ।

୯୨ ରନରେ ୫ ଓ୍ଵିକେଟ୍ ହରାଇ ଚାପରେ ଥିବା ବେଙ୍ଗାଲୁରୁ ପାଇଁ ସଞ୍ଜିବନୀ ପାଲଟିଥିଲେ ଇନଫର୍ମ ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ। ସେ ଶାହବାଜ ଅହମ୍ମଦଙ୍କୁ ସାଥୀ କରି ବେଙ୍ଗାଲୁରୁ ଇନିଂସକୁ ଆଗକୁ ବଢାଇଥିଲେ। ବିସ୍ଫୋରକ  ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ କାର୍ତ୍ତିକ। ସେ ଏବଂ ଶାହବାଜ ଅହମ୍ମଦଙ୍କ ମଧ୍ୟରେ ଷଷ୍ଠ ଓ୍ଵିକେଟ୍‌ରେ ୯୭ ରନ ଯୋଡି ଦଳର ସ୍କୋରକୁ ୫ ଓ୍ଵିକେଟରେ ୧୮୯ ରନରେ ପହଞ୍ଚାଇଥିଲେ। କାର୍ତ୍ତିକ ୩୪ ବଲରୁ ୫ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୬୬ ରନରେ ଅପରାଜିତ ଥିଲେ। ଶାହବାଜ ଅହମ୍ମଦ ୨୧ ବଲରୁ ୩ ଚୌକା ଏବଂ ୧ ଛକା ସହ ୩୨ ରନରେ ଅପରାଜିତ ଥିଲେ।



from Prameya News7 https://ift.tt/lfV1uXq
ହିରୋ ସାଜିଲେ ଦିନେଶ କାର୍ତ୍ତିକ, ଦିଲ୍ଲୀକୁ ୧୬ ରନରେ ହରାଇଲା ବେଙ୍ଗାଲୁରୁ ହିରୋ ସାଜିଲେ ଦିନେଶ କାର୍ତ୍ତିକ, ଦିଲ୍ଲୀକୁ ୧୬ ରନରେ ହରାଇଲା ବେଙ୍ଗାଲୁରୁ Reviewed by SUBHENDU BARAL on April 16, 2022 Rating: 5

No comments:

Powered by Blogger.