ମହାନ ଟେନିସ ଷ୍ଟାର ବୋରିସ୍ ବେକରଙ୍କୁ ଜେଲ୍; ଦେବାଳିଆ ଘୋଷଣା ହେବା ପରେ ବି ଲୁଚାଇ ରଖିଥିଲେ ବିପୁଳ ପରିମାଣରେ ସମ୍ପତ୍ତି
ଲଣ୍ଡନ: ୬ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ମହାନ ଟେନିସ ଷ୍ଟାର ବୋରିସ୍ ବେକରଙ୍କୁ ଜେଲ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଭଳି ୪ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଅଢ଼େଇ ବର୍ଷ ଜେଲ୍ ଦଣ୍ଡ ହୋଇଛି। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ସମ୍ପତ୍ତିର ବେଆଇନ୍ ସ୍ଥାନାନ୍ତରଣ, ଦେବାଳିଆ ପରେ ବି ବିପୁଳ ପରିମାଣରେ ସମ୍ପତ୍ତି ଲୁଚାଇବା, ଓ ଋଣ ଲୁଚାଇବା ଆଦି ଅଭିଯୋଗରେ ଲଣ୍ଡନର ସାଉତୱାର୍କ କ୍ରାଉନ୍ କୋର୍ଟ ବେକରଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ସେ ଦେବାଳିଆ ଘୋଷଣା ହେବା ପରେ ହଜାର ହଜାର ପାଉଣ୍ଡ ଲୁଚାଇ ରଖିଥିବା ଜଣାପଡ଼ିଛି।
ବେକର ୨୦୧୭ ଜୁନ ମାସରେ ଦେବାଳିଆ ହେବା ପରେ ମୋଟ ୯ ଜଣଙ୍କୁ ୪,୨୭,୦୦ ୟୁରୋ(୩୫୬୦୦ ପାଉଣ୍ଡ) ସ୍ଥାନାନ୍ତର କରିଥିଲେ। ଏହି ୯ ଜଣଙ୍କ ମଧ୍ୟରୁ ତାଙ୍କର ପତ୍ନୀ ବାରବରା ଓ ଲିଲି ବେକର ବି ସାମିଲ ରହିଛନ୍ତି। ବେକର ଜର୍ମାନୀରେ ଥିବା ତାଙ୍କର ସମ୍ପତ୍ତି ବିଷୟରେ ଲୁଚାଇଥିଲେ। ବୋରିସ ବେକର ଅନ୍ୟ ୨୦ ଟି ମାମଲାର ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ଯେଉଁଥିରେ ତାଙ୍କର ଆୱାର୍ଡ ଖୁଲାସା କରିବାରେ ବିଫଳ ଅଭିଯୋଗ ବି ରହିଥିଲା।
ସୂଚନା ଥାଉକି ବୋରିସ ବେକର ଟେନ୍ନିସ ଜଗତରେ ଜଣେ ମହାନ ଖେଳାଳି। ସେ ୬ ଥର ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିଛନ୍ତି। ସେ ନିଜର ପ୍ରଥମ ୱିମ୍ବଲ୍ଡନ ଓପନ ଗ୍ରାଣ୍ଡ ସ୍ଲାମ ଟାଇଟଲ ୧୯୮୫ରେ ଜିତିଥିଲେ। ଏହାକୁ ମିସାଇ ସେ ୩ ଥର ୱିମ୍ବଲ୍ଡନ, ୨ ଥର ଅଷ୍ଟ୍ରେଲିଆନ୍ ଓପନ ଓ ଗୋଟିଏ ୟୁଏସ୍ ଓପନ ଟାଇଟଲ ଜିତିଛନ୍ତି।
from Prameya News7 https://ift.tt/6WfmDux
No comments: