କଲେଜ୍‌ ଛାତ୍ରୀଙ୍କୁ କମେଣ୍ଟ ମାରିବାରୁ ଯୁବକଙ୍କୁ ନିସ୍ତୁକ ମାଡ଼, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ସୋର, ୧୬/୦୪: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳରେ କମେଣ୍ଟ ମରାକୁ ନେଇ ଯୁବକଙ୍କୁ ମାଡ଼ । ଉକ୍ତ ଅଞ୍ଚଳର ଜଣେ ଯୁବକ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟମରିବାରୁ ଛାତ୍ରୀ ଜଣଙ୍କର ପରିବାର ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଆଜି ମଇତାପୁର ଗୋଛାୟତ ସାହିର ଜୈନିକ ଯୁବକ ବେହେରା ସାହିର ଜଣେ ଛାତ୍ରୀ ସିମୁଳିଆ କଲେଜରୁ ପାଠପଢି ଘରକୁ ଫେରୁଥିବା ବେଳେ ବାଟରେ କମେଣ୍ଟ ମାରିଥିଲେ। ଯାହାଫଳରେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କର ବାପା ମାଆ ଏବଂ ଛାତ୍ରୀ ମିଶି ଉକ୍ତ ଯୁବକକୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି ।



from Prameya News7 https://ift.tt/Dkvpl3i
କଲେଜ୍‌ ଛାତ୍ରୀଙ୍କୁ କମେଣ୍ଟ ମାରିବାରୁ ଯୁବକଙ୍କୁ ନିସ୍ତୁକ ମାଡ଼, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ କଲେଜ୍‌ ଛାତ୍ରୀଙ୍କୁ କମେଣ୍ଟ ମାରିବାରୁ ଯୁବକଙ୍କୁ ନିସ୍ତୁକ ମାଡ଼, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ Reviewed by SUBHENDU BARAL on April 16, 2022 Rating: 5

No comments:

Powered by Blogger.