ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନକୁ ରୋକିବାକୁ ପ୍ରସ୍ତୁତ ହେଉଛନ୍ତି ଆମେରିକା ଓ ଭାରତ। ସମୁଦ୍ର ପଥରେ ମୁତୟନ ହେବ ସେନା। ଚୀନର ନୌସେନାର ଅବାଧ ପ୍ରବେଶକୁ ରୋକିବାକୁ ସମୁଦ୍ରଭିତରେ ପ୍ରହରା ଦେବେ ଉଭୟ ଦେଶର ନୌସେନା। ଏନେଇ ଆମେରିକାର ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଦେଶ ମିଶ ହିନ୍ଦ ମହାସାଗର କ୍ଷେତ୍ରରେ କାମ କରିବେ ଓ ଚୀନର ବିସ୍ତାରବାଦୀ ନୀତିକୁ ଲଗାଇବ ଲଗାଇ ହେବ ବୋଲି ଆମେରିକୀୟ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଥାଉକି ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ଓ ସାଉଥ ଚାଇନା ସି ପର୍ଯ୍ୟନ୍ତ ଥିବା ସୀମାକୁ ଚୀନ ପରିବର୍ତ୍ତନ କରିବାକୁ ଚାହୁଁଛି। ଏଥିପାଇଁ ସେ ହିନ୍ଦ ମହାସାଗରକୁ ବ୍ୟବହାର କରୁଛି। ଏହାକୁ ରୋକିବାକୁ ଏବେ ଭାରତ-ଆମେରିକା ମିଶି କାମ କରିବେ। ଆମେରିକା ଭାରତର ନୌସେନାକୁ ଆହୁରି ମଜଭୁତ କରିବ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବ। ଏପରି କରିବା କ୍ଷେତ୍ରରେ ଆମେରିକାର ଭିତିରି ଯୋଜନା ମଧ୍ୟ ରହିଛି। ଭାରତ ଯେମିତି ପ୍ରତିରକ୍ଷା ଅସ୍ତ୍ର ପାଇଁ ଋଷ ଉପରେ ନିର୍ଭର ନ କରୁ ଆମେରିକା ତାହା ଚାହୁଁଛି।
ଏନେଇ ଆମେରିକା ଅଧିକାରୀ କହିଛନ୍ତି "ହିନ୍ଦ ମହାସାଗର କ୍ଷେତ୍ରରେ ଅପରେସନଲା ଏନ୍ଭାର୍ଣ୍ଣମେଣ୍ଟ ବଦଳୁଛି। ପିଏଲ୍ଏ ଗତିବିଧିରେ ପରିବର୍ତ୍ତନ ଯୋଗୁ ଏହା ହେଉଛି। ଏହି କ୍ଷେତ୍ରରେ ଯଦି ସହଯୋଗ ମାଧ୍ୟମରେ ଭାରତକୁ ସମର୍ଥନ କରାଯାଏ ତେବେ ଚୀନର ମନବାଞ୍ଛା ଅକାମୀ କରିହେବ।"
from Prameya News7 https://ift.tt/fEXePk6
No comments: