ଡେଭିଡ ମିଲର ଏବଂ ରସିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂରେ ଚେନ୍ନାଇ ଧରାଶୟୀ

ବେଙ୍ଗାଲୁରୁ,୧୭/୦୪: ଡେଭିଡ ମିଲର ଏବଂ ରସିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂରେ ଧରାସାୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ। ୧୭୦ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ ୧୯.୫ ଓଭର ଖେଳି ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।

ରିଦ୍ଧିମାନ ଶାହ ୧୧ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ ଗିଲ ଏବଂ ବିଜୟ ଶଙ୍କର ଖାତା ମଧ୍ୟ ଖୋଳି ପାରିନାହାନ୍ତି । ଅଭିନଵ ମନୋହର ୧୨ ରନ, ରାହୁଲ ତେୱାତିଆ ୬ ରନ କରି ଆଉଟ ହୋଇଛନ୍ତି । ରସିଦ ଖାନ ୪୦ ରନ ଏ ଜୋସେଫ ଶୂନ ରନ କରି ଆଉଟ ହୋଇଛନ୍ତି । ଡେଭିଡ ମିଲର ୯୪ ରନ କରି ଅପରାଜିତ ଅଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମୁକେଶ ଚୌଧୁରୀ ୩ ଓଭର ବୋଲିଂ କରି ୧୮ ରନ ଦେଇ ଗୋଟିଏ ୱିକେଟ ନେଇଥିବା ବେଳେ ଥିକସାନା ୪ ଓଭରରେ ୨୪ ରନ ୨ ୱିକେଟ, ରବୀନ୍ଦ୍ର ଜାଡେଜା ୩ ଓଭରରେ ୨୫ ରନ ୧ ୱିକେଟ, ମୋଇନ ଅଲି ୨ ଓଭରରେ ୧୭ ରନ, ବ୍ରାଭୋ ୪ ଓଭରରେ ୨୩ ରନ ଦେଇ ୩ଟି ୱିକେଟ ନେଉଛନ୍ତି ।



from Prameya News7 https://ift.tt/2adBQoL
ଡେଭିଡ ମିଲର ଏବଂ ରସିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂରେ ଚେନ୍ନାଇ ଧରାଶୟୀ ଡେଭିଡ ମିଲର ଏବଂ ରସିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂରେ ଚେନ୍ନାଇ ଧରାଶୟୀ Reviewed by SUBHENDU BARAL on April 17, 2022 Rating: 5

No comments:

Powered by Blogger.