ଯୁଦ୍ଧ ଜାହାଜ ତଥ୍ୟ ଲିକ୍ ମାମଲା : ଜଣେ କାର୍ଯ୍ୟରତ ନୈସେନା ଅଧିକାରୀ ଓ ୨ ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ସିବିଆଇ Kanak News

କନକ ବ୍ୟୁରୋ : ନୌସେନାର ଜଣେ ବରିଷ୍ଠ ଅଧିକାରୀ ଓ ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ । ଏମାନଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସବମେରାଇନ୍ ବା ଯୁଦ୍ଧଜାହାଜ ଆଧୁନିକୀକରଣ ସଂପର୍କରେ ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଏମାନଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଜଣେ ଭାଇସ୍ ଆଡମିରାଲଙ୍କ ନେତୃତ୍ୱରେ ନୌସେନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । କିଭଳି ଏପରି ଘଟଣାର ପୁନରାବୃତି ହେବ ନାହିଁ, ଏ ନେଇ ପରାମର୍ଶ ଦେବ ଏହି ଟିମ୍ । କମାଣ୍ଡର ରାଙ୍କର ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିଲା ।

ସେ ମୁମ୍ବାଇ ସ୍ଥିତ ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡରେ କାର୍ଯ୍ୟରତ ଥିଲେ । ଅନ୍ୟ ଦୁଇ ଜଣ ନୌସେବାର ଅବସରପ୍ରାପ୍ତ ଅଧିକାରୀ । ଏ ସମସ୍ତ ୫ ଜଣ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ କଷ୍ଟୋଡିରେ ରହିଛନ୍ତି । ରୁଷିଆ ଜ୍ଞାନକୌଶଳରେ ନିର୍ମିତ ସିନ୍ଧୁଘୋଷ ଶ୍ରେଣୀର ସବ୍-ମେରାଇନ୍ର ଆଧୁନିକୀକରଣ ନେଇ ଗୋପନୀୟ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା । ନୌସେନା ଅଧିକାରୀ ଲାଂଚ ନେଇ ପ୍ରତିରକ୍ଷା ଯନ୍ତ୍ରପାତି ତିଆରି କରୁଥିବା ଘରୋଇ କଂପାନୀର ଅଧିକାରୀଙ୍କୁ ଦେଇଥିଲେ । ଗୁଇନ୍ଦା ଏଜେନ୍ସୀର ସୂଚନା ଅନୁସାରେ ଏ ନେଇ ତଦନ୍ତ ଆରମ୍ଭ ହୋଇଥିଲା ।

The post ଯୁଦ୍ଧ ଜାହାଜ ତଥ୍ୟ ଲିକ୍ ମାମଲା : ଜଣେ କାର୍ଯ୍ୟରତ ନୈସେନା ଅଧିକାରୀ ଓ ୨ ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ସିବିଆଇ first appeared on Kanak News.



from Kanak News https://ift.tt/2ZjsTj3 https://ift.tt/3Eb71pg
ଯୁଦ୍ଧ ଜାହାଜ ତଥ୍ୟ ଲିକ୍ ମାମଲା : ଜଣେ କାର୍ଯ୍ୟରତ ନୈସେନା ଅଧିକାରୀ ଓ ୨ ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ସିବିଆଇ Kanak News ଯୁଦ୍ଧ ଜାହାଜ ତଥ୍ୟ ଲିକ୍ ମାମଲା : ଜଣେ କାର୍ଯ୍ୟରତ ନୈସେନା ଅଧିକାରୀ ଓ ୨ ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ସିବିଆଇ Kanak News Reviewed by SUBHENDU BARAL on October 26, 2021 Rating: 5

No comments:

Powered by Blogger.