ମୁମ୍ବାଇ ୨୭।୧୦ : ଆଜି ପୁଣି ବମ୍ବେ ହାଇକୋର୍ଟରେ ଆର୍ୟନ ଖାନ୍ଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଆଜି ୨.୩୦ଟା ବେଳେ ପୁଣି ଶୁଣାଣି ହେବ । ଗତକାଲି ଶୁଣାଣି ସମୟରେ ଆର୍ୟନଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଏହି ମାମଲା ଲଢ଼ିଥିଲେ। ଯେହେତୁ ଆର୍ୟନଙ୍କ ପାଖରୁ କୌଣସି ଡ୍ରଗସ୍ ମିଳିନଥିଲା ତେଣୁ ତାଙ୍କୁ ଜାମିନ ମିଳିବା ଲାଗି ସେ ଯୁକ୍ତି ଦର୍ଶାଇଥିଲେ। ସେପଟେ ଏନ.ସି.ବି. ପକ୍ଷରୁ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ତେବେ କ୍ରୁଜ୍ ରୁ ଗିରଫ ହୋଇଥିବା ଅବିନ ସାହୁଙ୍କୁ କୋର୍ଟରୁ ଜାମିନ ମିଳିଛି। ଅବିନ ସାହୁ ରାଉରକେଲାର ବାସିନ୍ଦା ହୋଇଥିବାବେଳେ ସେହିଦିନ ସେ ମଧ୍ୟ କ୍ରୁଜ୍ ପାର୍ଟିରେ ସାମିଲ୍ ଥିଲେ। ଅନ୍ୟପଟେ କ୍ରୁଜ ଡ୍ରଗ୍ସ ମାମଲାରେ ଲଗାତାର ଭାବେ ନୂଆ ନୂଆ ଖୁଲାସା ହେଉଛି। ଆର୍ଯ୍ୟନଙ୍କ ପରେ ବର୍ତ୍ତମାନ ଅନନ୍ୟା ପାଣ୍ଡେଙ୍କ ଅଡୁଆ ମଧ୍ୟ ବଢ଼ିବାରେ ଲାଗିଛି। ଏନସିବିକୁ ଡ୍ରଗ୍ସକୁ ନେଇ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ଚାଟ ମିଳିଛି।
ତାଙ୍କର ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬ କୁ ଶୁଣାଣି ତାରିଖ ଦେଇଥିଲେ। ହେଲେ ତାହାକୁ ସ୍ଥଗିତ ରଖା ଯାଇଥିଲା । ଏହା ଦେଖିବାକୁ ବାକି ରହିଲା ଯେ ଆର୍ଯ୍ୟନ୍ ଆଜି ଜେଲରୁ ବାହାରିପାରିବେ କି ନାହିଁ। ଯଦି ଆଜି ତାଙ୍କୁ ଜାମିନ ମିଳିବ ନାହିଁ, ତେବେ ଅସୁବିଧା ବଢିପାରେ। କାରଣ ଅକ୍ଟୋବର ୨୯ ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। ଏହା ପରେ ଶନିବାର ଏବଂ ରବିବାର ଦିନ ଛୁଟିଦିନ । ପରେ ଦୀପାବଳି ଛୁଟି ହୋଇଯିବ। ଯଦିଓ ଶନିବାର ଦିନ କୋର୍ଟରେ କେସର ଫାଇଲିଂ ହୋଇଥାଏ, କିନ୍ତୁ ବିଚାରପତି ନିଷ୍ପତ୍ତି ନେଲେ ଯାଇ ଶୁଣାଣି ନିଷ୍ପତ୍ତି ନିଆଯିବ।
from Prameya News7 https://ift.tt/3bfvwoI
No comments: