ନୀଳଗିରି,୨୬/୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଛତୁ ଫୁଟିବା ଭଳି ଚୋରା ଦେଶୀମଦ ଭାଟି ବୃଦ୍ଧି ପାଇବାରେ ଲାଗିଛି । ଚଢ଼ାଉ ହେଉଛି ସତ ହେଲେ ମଦ ମାଫିଆ ଖସିଯିବାରେ ସକ୍ଷମ ମଧ୍ୟ ହେଉଛନ୍ତି। ଆଉ ଶିଶୁପାଳ ହୋଇ ଫେରୁଛି ଅବକାରୀ ବିଭାଗ ।
ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପରେ ଅବକାରୀ ବିଭାଗ ଆକ୍ସନ ମୋଡ଼କୁ ଆସିଥିଲା। ହେଲେ ମାଷ୍ଟର ମାଇଣ୍ଡ ମାନଙ୍କୁ ଧରିବାରେ ବିଫଳ ହୋଇଛି। ଯୋଜନା ବିହୀନ ଚଢଉ ପାଇଁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି। ମଦମାଫିଆ ମାନେ ଭାଟିଠାରୁ ଆରମ୍ବ କରି ଅଫିସ ପର୍ଯ୍ୟନ୍ତ ତାଙ୍କର କାୟା ବିସ୍ତାର କରିଛନ୍ତି।
ଏକ ଘଟଣାକ୍ରମେ ସୋମବାର ନୀଳଗିରି ଅବକାରୀ ଓଆଇସି ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଜନାଗଡ ପଞ୍ଚାୟତ ଅଧିନ ବନ୍ଧସାହିରେ ଚଢ଼ଉ କରିଥିଲେ। ଗୋଟିଏ ଚୋରା ମଦ ଭାଟିରୁ ୧୨୦ ଲିଟର ଦେଶୀ ମଦ ଓ ୬ହଜାର ଲିଟର ପୋଚ ଜବତ ହୋଇଥିବା ବେଳେ ଅନ୍ୟ ଏକ ଭାଟିରୁ ୮୦ ଲିଟର ଦେଶୀମଦ ଓ ୪ହଜାର ଲିଟର ପୋଚ ଜବତ ହୋଇଥିବା ଜଣାପଡିଛି। ତେବେ ଦୁଇଟି ଭାଟିରୁ କେହି ମଦ ମାଫିଆ କିମ୍ବା କର୍ମଚାରୀଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନାହିଁ ଅବକାରୀ ବିଭାଗ। ଶିଶୁପାଳ ଭଳି ଆଗରୁ ଯେପରି ଫେରିଛି ।
ତେବେ ଏଭଳି ଅଭିଯୋଗ ନେଇ ଅବକାରୀ ବିଭାଗର ଓଆଇସି ଶ୍ରମତୀ ଆଚାର୍ଯ୍ୟଙ୍କ ମତାମତ ନେବାରୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି । ସେମାନେ ପହଁଚିବା ପୂର୍ବରୁ ମଦ ବେପାରୀ ସୂଚନା ପାଇ ଖସିଯାଉଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
from Prameya News7 https://ift.tt/3mdzG6U
No comments: