କୋଲକାତା ୨୮/୦୯ : ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡା ଛୁଟୁଛି । ଆଉ ମାତ୍ର କେଇ ଘଣ୍ଟାରେ ଭବାନୀପୁରରେ ଉପନିର୍ବାଚନ ପାଇଁ ଭୋଟ ଦାନ ହେବ । ସୋମବାର ପ୍ରଚାର କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିପକ୍ଷରେ ଅଛନ୍ତି ବିଜେପି ନେତ୍ରୀ ପ୍ରିୟଙ୍କା ଟିବରେଓ୍ବାଲ ।
ନିର୍ବାଚନ ଠିକ ପୂର୍ବରୁ ବିଜେପି ଏବଂ ଟିଏମ୍ସି ମଧ୍ୟରେ ଆରମ୍ଭ ହୋଇଯାଇଛି ଟ୍ବିଟର୍ ଯୁଦ୍ଧ । ବେଙ୍ଗଲୀ ଫିଲ୍ମ ଅଭିନେତ୍ରୀ ତଥା ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ତୃଣମୂଳ କଂଗ୍ରେସରେ ସାମିଲ ହେବାନେଇ ଚର୍ଚ୍ଚା ଜୋରଧରିଛି । ଟ୍ବିଟରରେ ବିଜେପି ନେତ୍ରୀ ଲକେଟ୍ ଚାଟାର୍ଜୀ ଏବଂ ଟିଏମ୍ସି ପ୍ରବକ୍ତା କୃଣାଳ ଘୋଷଙ୍କ ମଧ୍ୟରେ ଶବ୍ଦ ବ୍ୟବହାରକୁ ନେଇ ଏଭଳି ଅନୁମାନ କରାଯାଉଛି । ବେଙ୍ଗଲ ପରିବହନ ମନ୍ତ୍ରୀ ଫିରହାଦ ହାକିମ ୩ ଦିନ ପୂର୍ବରୁ ମଧ୍ୟ କହିଥିଲେ ଯେ, ‘ବିଜେପିର ଜଣେ ଆଗଧାଡିର ନେତା କିଛିଦିନ ମଧ୍ୟରେ ତୃଣମୂଳ କଂଗ୍ରେସରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଆଉ କିଛି ଦିନ ମଧ୍ୟରେ ବେଙ୍ଗଲରେ ବିଜେପି ଦଳ ଛାରଖାର ହୋଇଯିବ ।’
କିନ୍ତୁ ବିଜେପିର କେଉଁ ବଡ ନେତା ଟିଏମ୍ସିରେ ସାମିଲ ହେବେ ସେ ନେଇ କୌଣସି ସୂଚନା ଦେଇନଥିଲେ ହାକିମ । କିନ୍ତୁ ଏବେ କୃଣାଳ ଘୋଷଙ୍କ ଟ୍ବିଟ୍ ପରେ ପୁଣିଥରେ ସରଗରମ ହୋଇଛି ଚର୍ଚ୍ଚା । ଟ୍ବିଟ୍ କରି ଘୋଷ ଲେଖିଛନ୍ତି, ‘ଭବାନୀପୁରରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇନଥିବାରୁ ଧନ୍ୟବାଦ, ଷ୍ଟାର ପ୍ରଚାରକ । ବିଜେପିର ଅନେକ ଅନୁରୋଧ ପରେ ବି ଆପଣ ପ୍ରଚାରରେ ସାମିଲ ହୋଇନଥିଲେ । ଜଣେ ବନ୍ଧୁ ଭାବେ ଆପଣଙ୍କ ସଫଳତା କାମନା କରୁଛି । ଆଶା କରୁଛି ପୁରୁଣା ଦିନ ପୁଣିଥରେ ଫେରିବ । ଯେତେବେଳେକି ଆପଣ ଆପଣଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।’
ବିଜେପି ନେତ୍ରୀ ଲକେଟ୍ ଚାଟାର୍ଜୀ କୃଣାଳ ଘୋଷଙ୍କ ଏହି ଟ୍ବିଟ୍କୁ ରିଟ୍ବିଟ୍ କରି କହିଛନ୍ତି, ‘ଆପରଙ୍କୁ ଏହା ସିନିଶ୍ଚିତ କରିବା ଉଚିତ ଯେ, ମମତା ବାନାର୍ଜୀ ଭବାନୀପୁରରୁ ନହରାନ୍ତୁ ।’
ଏହାର ଜବାବ ଦେବାକୁ ଯାଇ କୃଣାଳ ଚାଟାର୍ଜୀ କହିଛନ୍ତି, ‘ଚିନ୍ତା କରନ୍ତୁ ନାହିଁ । ମମତା ବାନାର୍ଜୀ ବଡ ବ୍ୟବଧାନରେ ଜିତିବେ । ଆପଣ ବି ଏହା ହିଁ ଚାହାନ୍ତି । ମୁଁ ଜାଣିଛି ଆପଣଙ୍କୁ ଆପରଙ୍କ ଦଳ ପକ୍ଷରେ ଲେଖିବାକୁ ପଡିବ । ତଥାପି ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।’ ଏକ ହିନ୍ଦି ଚଳଚିତ୍ରର ଗୀତ, କହିଁ ପେ ନିଗାହେଁ କହିଁ ପେ ନିଶାନାର ଉଦାହରଣ ଦେଇଛନ୍ତି ଟିଏମ୍ସି ପ୍ରବକ୍ତା କୃଣାଳ ଘୋଷ ।
ତେବେ ବିଜେପି ନେତ୍ରୀ ଲକେଟ୍ ଚାଟାର୍ଜୀଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଜଦି କୃଣାଳ ଘୋଷଙ୍କ ଅନୁମାନ ଠିକ ହୁଏ ତେବେ ବାବୁଲ ସୁପ୍ରିୟୋଙ୍କ ପରେ ଲକେଟ୍ ଚାଟାର୍ଜୀ ଟିଏମ୍ସିକୁ ଫେରିବେ । ଏହା ହେଲେ ବେଙ୍ଗଲରେ ବିଜେପି ପାଇଁ ଶକ୍ତ ଝଟ୍କା ଲାଗିବ ।
from Prameya News7 https://ift.tt/3m4MBXt
No comments: