ସରୋ, ୩୦।୯: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଡାରେ ଥିବା କେକେ ଇଂରାଜୀ ମିଡିୟମ ସ୍କୁଲର ମାଲିକଙ୍କୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ କମଳ ଲୋଚନ ସିଅଳଙ୍କ ପୁତ୍ର ଅଶୋକ କୁମାର ସିଅଳ ତାଙ୍କ ପରିବାରକୁ ନେଇ ଦୀର୍ଘ ଦିନ ଧରି ଅଡାରେ ଘର କରି ରହି ଆସୁଥିଲେ। ଆଜି ମୃତକଙ୍କ ବାପା ସେହି ସ୍କୁଲକୁ ଆସିଥିବା ବେଳେ ପଚା ଗନ୍ଧ ବାରି ସ୍କୁଲ ଭିତରକୁ ଯିବାରୁ କମଳ ଲୋଚନର ବେକରେ ରଶି ଲଗାଇ ଝୁଲୁ ଥିବାର ଦେଖିବାକୁ ପାଇଥିଲେ। ପରେ ସିମୁଳିଆ ପୋଲିସକୁ ଖବର ଦେଇଥିଲେ।
ସେଠାରେ ତାଙ୍କର ବୋହୁ ନଥିବା ବେଳେ ତାଙ୍କ ପୁଅର ଶବ ଝୁଲୁ ଥିବାର ଦେଖିବାକୁ ପାଇଥିଲେ। ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ତାଙ୍କ ପୁଅକୁ ତାର ସ୍ତ୍ରୀ ଓ ବୋହୁର ପରିବାର ଲୋକେ ମାରି ଟାଙ୍ଗି ଦେଇଥିବାର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଁ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି।
from Prameya News7 https://ift.tt/3upR4aU
ଇଂରାଜୀ ମିଡିୟମ ସ୍କୁଲର ମାଲିକଙ୍କୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ, ସ୍କୁଲ ଭିତରୁ ମିଳିଲା ମୃତଦେହ
Reviewed by SUBHENDU BARAL
on
September 30, 2021
Rating:
No comments: