ଜଗତସିଂହପୁର ୨୯।୦୯: ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । କେବଳ ଶାରଳା ନୁହନ୍ତି ସବୁ ଦେବୀ ପୀଠାରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୪ ଦିନ ବ୍ୟାପୀ ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହେବ ।
ଏହି ଅବସରରେ ଆଜିଠାରୁ ମା ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବା ସହିତ ମା ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ । କୋଭିଡ ନିୟମକୁ ପାଳନ କରି ଶ୍ରଦ୍ଧାଳୁ ମାନେ ମାଆଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
from Prameya News7 https://ift.tt/39OiH4e
ଆଜି ମୂଳାଷ୍ଟମୀ, ମା’ ଶାରଳାଙ୍କ ସମେତ ବିଭିନ୍ନ ଦେବୀ ପୀଠରେ ପାର୍ବଣ ପୂଜା ଆରମ୍ଭ
Reviewed by SUBHENDU BARAL
on
September 28, 2021
Rating:
No comments: