ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍ ! ପାର୍ବଣ ଋତୁ ଉପରେ ସ୍ୱତନ୍ତ୍ର ଫୋକସ

ଭୁବନେଶ୍ୱର, ୩୧|୦୮ :  ମଙ୍ଗଳବାର ଆସିପାରେ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ । ଅଗଷ୍ଟମାସ ଗାଇଡଲାଇନ ସମୟ ଶେଷ ହେବାକୁ ଯାଉଥିବା ବେଳେ ସପ୍ତାହାନ୍ତ ସଟଡାଉନ ହଟାଇବା ପାଇଁ ସ୍ୱର ଉଠିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରି ସାରିଛନ୍ତି ।

କେରଳରେ ଓନମ ପରେ ସଂକ୍ରମଣ ପୁଣି ବଢିଥିବାରୁ ଏହାକୁ ଏକ ସତର୍କ ସୂଚନା ଭାବେ ଦେଖାଯାଉଛି । ଏପଟେ ଗଣେଶ ପୂଜାଠୁ ପାର୍ବଣ ମାହୋଲ ଆରମ୍ଭ ହେଉଥିବାରୁ ସେପ୍ଟେମ୍ବର ଗାଇଡଲାଇନରେ ସରକାର କଣ ଘୋଷଣା କରିବାକୁ ଯାଉଛନ୍ତି, ତାଉପରେ ସମସ୍ତଙ୍କ ନଜର ରହିଛି । ସେପ୍ଟେମ୍ବରରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ବିଭିନ୍ନ ସ୍ଥାନରେ ଜନଗହଳି ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବାକୁ ଏହାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଉଛନ୍ତି । କିନ୍ତୁ କଟକଣା ଜାରି କରାଯିବା ସହ କୌଣସି କ୍ଷେତ୍ରରେ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାହାକୁ ମଧ୍ୟ ଧ୍ୟାନରେ ରଖି ଗାଇଡ୍ ଲାଇନ୍ ଜାରି କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ । ତେଣୁ ଏବେ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ କୁ ଅପେକ୍ଷା ।



from Prameya News7 https://ift.tt/3t1DKJp
ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍ ! ପାର୍ବଣ ଋତୁ ଉପରେ ସ୍ୱତନ୍ତ୍ର ଫୋକସ ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍ ! ପାର୍ବଣ ଋତୁ ଉପରେ ସ୍ୱତନ୍ତ୍ର ଫୋକସ Reviewed by SUBHENDU BARAL on August 30, 2021 Rating: 5

No comments:

Powered by Blogger.