୨୦୩୦ ବେଳକୁ ହୁଏତ ବିଶ୍ୱର ସବୁ କ୍ଷେତ୍ରରେ ନେତୃତ୍ୱ ନେଉଥିବ ଭାରତ: ରିଚାର୍ଡ ବର୍ମା

ୱାସିଂଟନ : ବୋଧ ହୁଏ ଆଗାମୀ ଦିନରେ ବିଶ୍ୱର ସବୁ କ୍ଷେତ୍ରରେ ନେତୃତ୍ୱ ନେଉଥିବ ଭାରତ ।  ବିଶ୍ୱର ଦୁଇ ବୃହତ୍ତ ଗଣତନ୍ତ୍ର ଆଗାମୀ ଦିନରେ ଏକାଠି ହୋଇ ଅନେକ କିଛି କରିପାରନ୍ତି । ଏହା କହିଛନ୍ତି  ଆମେରିକାର ପୂର୍ବତନ ଶୀର୍ଷ କୂଟନୀତିଜ୍ଞ ରିଚାର୍ଡ ବର୍ମା। ସେ କହିଛନ୍ତି ଯେ ଯଦି ଆମେ ୨୦୩୦ର କଥା କହିବା ତେବେ ସେତେବେଳକୁ ଭାରତ ପ୍ରାୟ କ୍ଷେତ୍ରରେ ନେତୃତ୍ୱ ନେଉଥିବା ଭଳି ମୋତେ ପ୍ରତୀତ ହେଉଛି। ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଏହି ଆଶାବ୍ୟକ୍ତ କରିଛନ୍ତି।

ଅତୀତରେ ରିଚାର୍ଡ ବର୍ମା ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିଲେ। ସେ କହିଛନ୍ତି ଯେ ଭାରତ ଏକ ଜନବହୁଳ ଦେଶ।  ଯେଉଁଠି ସ୍ନାତକ ଡିଗ୍ରି ଧାରୀ ଲୋକଙ୍କ ସଂଖ୍ୟା ଢେର ଅଧିକ। ଏହା ଛଡା ଦେଶରେ ମଧ୍ୟମ ବର୍ଗର ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ହୋଇଥିବା ବେଳେ ଏଠାରେ ମୋବାଇଲ ଫୋନ ଓ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଅଧିକ। ସେହିପରି ବିଶ୍ୱର ତୃତୀୟ ବୃହତ୍ତ ସେନା. ତୃତୀୟ ବଡ଼ ଅର୍ଥ ବ୍ୟବସ୍ଥା ସହ ୨୫ ବର୍ଷରୁ କମ ବୟସ୍କଙ୍କ ୬୦କୋଟି ଲୋକଙ୍କ ସହ ସର୍ବ ବୃହତ୍ତ ଗଣତନ୍ତ୍ରରେ ସମସ୍ତେ ମିଳିମିଶି ରହୁଛନ୍ତି। ଯାହା ଭାରତକୁ ବିଶ୍ୱରେ ଅନନ୍ୟ କରି ଗଢି ତୋଳିଛି ବୋଲି କହିଛନ୍ତି ରିଚାର୍ଡ।

ଭାରତର ବିକାଶ କାର୍ଯ୍ୟକ୍ରମ ଏବେ ଜୋରଦାର ଚାଲିଛି। ଭିତ୍ତିଭୂମି ବିକାଶ ଲାଗି ଆଗାମୀ ଏକ ଦଶକରେ ଅନୁନ୍ୟ ୨ ହଜାର ବିଲିୟନ ଡଲାର ନିବେଶ ହେବ। ୨୦୩୦ ଲାଗି ଏବେବି ଅନେକ ଭିତ୍ତିଭୂମିର ନିର୍ମାଣ ବାକି ଅଛି। ଖାସ ଏହି କାରଣରୁ ଦେଶରେ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ ଚାଲିଛି ଅଥବା ଏଥି ଲାଗି ଯୋଜନା ହେଉଛି।  ନିକଟରେ ଆମେରିକା ସେକ୍ରେଟାରୀ ଫର ଷ୍ଟେଟ୍‌ ଏଣ୍ଟୋନି ବ୍ଲିଙ୍କେନ୍‌ ଭାରତ ଗସ୍ତରେ ଆସିଥିଲେ। ଯେଉଁଥିରେ ଭାରତ ଓ ଆମେରିକାର ଦ୍ୱିପାକ୍ଷିୟ  ହୀତ ନେଇ ଆଲୋଚନା କରିଥିବା ସେ କହିଛନ୍ତି।



from Prameya News7 https://ift.tt/3xrsl62
୨୦୩୦ ବେଳକୁ ହୁଏତ ବିଶ୍ୱର ସବୁ କ୍ଷେତ୍ରରେ ନେତୃତ୍ୱ ନେଉଥିବ ଭାରତ: ରିଚାର୍ଡ ବର୍ମା ୨୦୩୦ ବେଳକୁ ହୁଏତ ବିଶ୍ୱର ସବୁ କ୍ଷେତ୍ରରେ ନେତୃତ୍ୱ ନେଉଥିବ ଭାରତ: ରିଚାର୍ଡ ବର୍ମା Reviewed by SUBHENDU BARAL on August 03, 2021 Rating: 5

No comments:

Powered by Blogger.