ବର୍ଷା ଅଭାବରୁ ଚାଷ କାମରେ ବିଳମ୍ବ : ଜମି ଫାଟି ଆଁ କଲାଣି, ହଳଦିଆ ପଡ଼ିଲାଣି ତଳି Pranjna Parimita

  • ଜୁନ୍ ଯାଇ ଜୁଲାଇ ହେଲାଣି
  • ଉପଯୁକ୍ତ ପରିମାଣର ବର୍ଷା ନ ହେବାରୁ ଚାଷ କାମ ବାଧାପ୍ରାପ୍ତ
  • ପାଣି ଅଭାବରୁ ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରେ ଗଜା ମରୁଡ଼ି ଭଳି ସ୍ଥିତି
  • ଚିନ୍ତାରେ ଶହ ଶହ ଚାଷୀ
  • ତଳି ବଞ୍ଚାଇବାକୁ ପାଇପ୍ ଯୋଗେ ପାଣି ମଡ଼ାଇବାକୁ ପଡୁଛି

କୁଚିଣ୍ଡା,ରାୟଗଡା(ଦେବେନ୍ଦ୍ର ବେହେରା ଓ ମନୋଜ କୁମାର ପାତ୍ର) : ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଉତ୍ସାହିତ ଥିଲେ ଚାଷୀ । ହେଲେ ରାଜ୍ୟର କିଛି ସ୍ଥାନରେ ଜୁନ ମାସରେ ନିଅଣ୍ଟିଆ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି ଚାଷ କାମ । କେଉଁଠି ଜମି ଫାଟି ତଳି ମରିବାକୁ ବସିଲାଣି ତ ଆଉ କେଉଁଠି ଗଜା ମରୁଡିର ଆଶଙ୍କା କଲେଣି ଚାଷୀ ।

ଜମି ଫାଟି ଆଁ କଲାଣି । ହଳଦିଆ ପଡିଗଲାଣି ଧାନ ତଳି । ଆଗକୁ ବର୍ଷା ନହେଲେ ସ୍ଥିତି କଣ ହେବ ସହଜରେ ଅନୁମେୟ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ବର୍ଷାଭାବ ପାଇଁ ଚିନ୍ତାରେ ଚାଷୀ ।  ଏବର୍ଷ ଉନ୍ନତ କିସମର ବିହନ କିଣି ଏକର ଏକର ଜମି ପାଇଁ ତଳି ପକାଇଥିଲେ । ଆରମ୍ଭରୁ ଭଲ ବର୍ଷା ବି ହୋଇଥିଲା, ହେଲେ ରୁଆ ପୂର୍ବରୁ ପାଣି ଅଭାବରୁ ତଳି ନଷ୍ଟ ହେବାକୁ ବସିଛି । କେହି କେହି ତଳି ବଞ୍ଚାଇବାକୁ ପାଇପ୍ ଯୋଗେ ପାଣି ମଡ଼ାଉଛନ୍ତି ଏପଟେ ବିଭାଗ ସଜାଗ ଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

 

ସେପଟେ ରାୟଗଡା ଜିଲ୍ଲାରେ ଚାଷୀଙ୍କ ସହ ଲୁଚକାଳି ଖେଳୁଛି ବର୍ଷା । ପ୍ରତିଦିନ ଆକାଶରେ କଳାହାଣ୍ଡିଆ ମେଘ ଉଠଉଛି, ଘଡଘଡି ମାରୁଛି ହେଲେ ବର୍ଷାର ଦେଖାନାହିଁ । ଜୁନ୍ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବାରୁ ହଳ ଲଙ୍ଗଳ ଧରି ଚାଷ କାମ ଆରମ୍ଭ କରିଥିଲା ଚାଷୀ  । ଜମି, ବିହନ ସବୁ ପ୍ରସ୍ତୁତ ହେଲେ ପାଗ ଅନୁକୂଳ ନହେବାରୁ ଚାଷୀ ବୁଣିବାକୁ ପଛଘୁଞ୍ଚା ଦେଉଛି । କିଛି ଚାଷୀ ସଅଳ ବିହନ ବୁଣି ଏବେ ଗଜା ମରୁଡି ଆଶଙ୍କା କଲେଣି । ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୪୭ ହଜାର ହେର ଜମିରେ ହୋଇଥାଏ ଧାନ ଚାଷ । ଏଥର ୩୫ ପ୍ରତିଶତ କମ ବର୍ଷା ହୋଇଛି ।  ଆଗକୁ ଏଭଳି ସ୍ଥିତି ଜାରି ରହିଲେ ଚାଷ କାମ ପ୍ରଭାବିତ ହେବାର ଆଶଙ୍କା କରିଛି ଜିଲ୍ଲା କୃଷି ବିଭାଗ ।

The post ବର୍ଷା ଅଭାବରୁ ଚାଷ କାମରେ ବିଳମ୍ବ : ଜମି ଫାଟି ଆଁ କଲାଣି, ହଳଦିଆ ପଡ଼ିଲାଣି ତଳି appeared first on OTV Khabar..



from OTV Khabar. https://ift.tt/3AmZClH
ବର୍ଷା ଅଭାବରୁ ଚାଷ କାମରେ ବିଳମ୍ବ : ଜମି ଫାଟି ଆଁ କଲାଣି, ହଳଦିଆ ପଡ଼ିଲାଣି ତଳି Pranjna Parimita ବର୍ଷା ଅଭାବରୁ ଚାଷ କାମରେ ବିଳମ୍ବ : ଜମି ଫାଟି ଆଁ କଲାଣି, ହଳଦିଆ ପଡ଼ିଲାଣି ତଳି Pranjna Parimita Reviewed by SUBHENDU BARAL on July 04, 2021 Rating: 5

No comments:

Powered by Blogger.