କୋଭିଡ କଟକଣା ସତ୍ତ୍ୱେ ସ୍ଥିତିରେ କାହିଁକି ସୁଧାର ଆସୁନାହିଁ ?  ସ୍ଥିତି ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ Pranjna Parimita

 

  • କଟକଣା ସତ୍ତ୍ୱେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାହିଁକି ଖସୁନି ସଂକ୍ରମଣ?
  • ଚିନ୍ତାରେ ସରକାର, ଆଜି ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ
  • ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା ହେବ
  • ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକ ଉପରେ ଫୋକସ୍
  • ରାଜ୍ୟରେ ୧ କୋଟି ଟପିଲା ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା
  • ଅକ୍ଟୋବର-ନଭେମ୍ବରରେ ସମ୍ଭାବ୍ୟ ୩ୟ ଲହରୀ ମୁକାବିଲା ଲାଗି ପ୍ରସ୍ତୁତି ଜୋର

ଭୁବନେଶ୍ୱର : ରାଜ୍ୟରେ କୋଭିଡ କଟକଣା ସତ୍ତ୍ୱେ ସ୍ଥିତିରେ କାହିଁକି ବଡ଼ ଧରଣର ସୁଧାର ଆସୁନାହିଁ । ଏହାର ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମରେ କୋଲକାତା ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଜିନ୍ ‌ଆଣ୍ଡ ପବ୍ଲିକ୍ ହେଲ୍ଥର ପ୍ରଫେସର ଶିବାନୀ ଦତ୍ତା ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି ।

ଦୁହେଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ଏବଂ ଅଧିକ ପଜିଟିଭ୍ କେସ୍  ଆସୁଥିବା ଜିଲ୍ଲା ଗୁଡ଼ିକର ସ୍ଥିତି ଅନୁଧ୍ୟାନ ପରେ ରିପୋର୍ଟ ଦେବେ । କିଛିଦିନ ହେଲା ରାଜ୍ୟରେ ୨୮ଶହରୁ ୩ ହଜାର ୫୦୦ ଭିତରେ ରହୁଛି । ଦୈନିକ ସଂକ୍ରମଣ ଟ୍ରେଣ୍ଡ୍ ଦୁଇମାସର କଟକଣା ସତ୍ତ୍ୱେ ବି ସଂକ୍ରମଣ ଯେଉଁ ହାରରେ କମିବା କଥା ସେଭଳି କମୁନାହିଁ ।

ଗତକାଲି ୨୮୭୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚିନ୍ତା ବଢ଼ିଛି କାଟାଗୋରୀ-ବି ରେ ଆସୁଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୦ ଜିଲ୍ଲାକୁ ନେଇ । କେବଳ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟ, ପଜିଟିଭିଟି ରେଟ୍ ଏବେ ବି ୫ ପ୍ରତିଶତରୁ ଅଧିକ ରହୁଛି ।

ଦୁଇମାସର କଟକଣା ସତ୍ତ୍ୱେ ବି ସଂକ୍ରମଣ ଯେଉଁ ହାରରେ କମିବା କଥା ସେଭଳି କମୁନାହିଁ । ଏମିତିକି ଜାତୀୟସ୍ତର ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ବି ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିନାହିଁ । କାଟାଗୋରୀ ବି’ ରେ ଥିବା ୧୦ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ମୋଟ୍ କେସରେ ୭୦ ପ୍ରତିଶତ କେସ୍ ଚିହ୍ନଟ ହେଉଛନ୍ତି ।

The post କୋଭିଡ କଟକଣା ସତ୍ତ୍ୱେ ସ୍ଥିତିରେ କାହିଁକି ସୁଧାର ଆସୁନାହିଁ ?  ସ୍ଥିତି ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ appeared first on OTV Khabar..



from OTV Khabar. https://ift.tt/2TyvpiM
କୋଭିଡ କଟକଣା ସତ୍ତ୍ୱେ ସ୍ଥିତିରେ କାହିଁକି ସୁଧାର ଆସୁନାହିଁ ?  ସ୍ଥିତି ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ Pranjna Parimita କୋଭିଡ କଟକଣା ସତ୍ତ୍ୱେ ସ୍ଥିତିରେ କାହିଁକି ସୁଧାର ଆସୁନାହିଁ ?  ସ୍ଥିତି ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ Pranjna Parimita Reviewed by SUBHENDU BARAL on July 04, 2021 Rating: 5

No comments:

Powered by Blogger.