ଭୁବନେଶ୍ୱର ୧୯।୦୬ : ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୩୯୨୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୫୪ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୪୭୩ ଜଣ ଲୋକାଲ୍ କେସ୍ ରହିଛନ୍ତି ।
Covid-19 Report For 18th June
— I & PR Department, Odisha (@IPR_Odisha) June 19, 2021
New Positive Cases: 3427
In quarantine: 1954
Local contacts: 1473
(Details of local contacts will be shared by concerned Dist Administration)
District Wise Cases:
1. Angul: 138
2. Balasore: 261
3. Bargarh: 52
4. Bhadrak: 139
5. Balangir: 40
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୧ଜଣ, ବରଗଡ଼ ଜିଲ୍ଲାରୁ ୫୨ଜଣ, ଭଦ୍ରକ ଜିଲ୍ଲାରୁ ୧୩୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୦ଜଣ, ବୌଦ୍ଧ ଜିଲ୍ଲାରୁ ୩୧ଜଣ, କଟକ ଜିଲ୍ଲାରୁ ୩୯୬ଜଣ, ଦେଓଗଡ଼ ଜିଲ୍ଲାରୁ ୨୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୮ଜଣ, ଗଜପତି ଜିଲ୍ଲାରୁ ୨୭ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ, ଯାଜପୁର ଜିଲ୍ଲାରୁ ୨୮୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ଜଣ, କନ୍ଧମାଳ ଜିଲ୍ଲାରୁ ୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୧ଜଣ, କେନ୍ଦୁଝର ଜିଲ୍ଲାରୁ ୪୭ଜଣ, ଖୋର୍ଦ୍ଧାରୁ ୫୫୩, କୋରାପୁଟ ଜିଲ୍ଲାରୁ ୭୨ଜଣ, ମାଲକାନଗିରି ଜିଲ୍ଲାରୁ ୩୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୦ଜଣ, ନୟାଗଡ଼ ଜିଲ୍ଲାରୁ ୧୪୨ଜଣ, ନୂଆପଡ଼ା ଜିଲ୍ଲାରୁ ୨୦ଜଣ, ପୁରୀ ଜିଲ୍ଲାରୁ ୨୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୯୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୨ଜଣ, ସୋନପୁର ଜିଲ୍ଲାରୁ ୩୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୮ଜଣ, ଷ୍ଟେଟ ପୁଲ୍ରୁ ୮୨ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୩୯୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୦୪୭୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୨୯୮୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୩୦୨୮୮୧୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।
from Prameya News7 https://ift.tt/35EijD4

No comments: