ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ

କରଞ୍ଜିଆ,୧୯/୦୬:  ମୟୁରଭଞ୍ଜ ଜିଲାରେ ପୁଣି ଲଜ୍ଜା । ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏପରି ଅଭାବନୀୟ ଘଟଣା ଘଟିଛି ରରୁଆଁ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଗତ ୧୬ ତାରିଖ ରାତିରେ ଘରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ଜଣେ ନାବାଳିକାଙ୍କୁ  ପାଟିରେ କପଡା ଦେଇ ୨ ଜଣ ଯୁବକ ଉଠାଇ ନେଇଥିଲେ । ଘର ଠାରୁ କିଛି ଦୂରରେ ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ  । ଏହି ଘଟଣ ପରେ  ପୀଡିତା ତାଙ୍କ ମାଆକୁ ଘଟଣା ସମ୍ପର୍କରେ କହିଥିଲେ ।

 ପରିବାର ବର୍ଗ ଏବାବଦରେ ଶୁକ୍ରବାର  ରରୁଆଁ ଥାନାରେ  ଅଭିଯୋଗ ହେଇଥିଲା । ସଙ୍ଗେ ସଙ୍ଗେ ରରୁଆଁ ପୋଲିସ ତଦନ୍ତ ଆରମ୍ଭ କରି  ଦୁଇ ଜଣ ଅଭିଯୁକ୍ତ ରବି ଚାତାର ଓ ଅତୁଲ ମହାକୁଡ଼କୁ  ଗିରଫ କରିଛି । ଶନିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରରୁଆଁ ପୋଲିସ ସୂଚନା ଦେଇଛି ।



from Prameya News7 https://ift.tt/3zFzJgi
ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ Reviewed by SUBHENDU BARAL on June 18, 2021 Rating: 5

No comments:

Powered by Blogger.