କିଏ ହାତେଇବ ଗାଦି ? ୫ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ Pranjna Parimita

ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ଇଭିଏମ୍ ଖୋଲିବ, ଆଉ ଜଣାପଡ଼ିବ କାହାକୁ ପଡ଼ିଛି କେତେ ଭୋଟ୍ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆଜି ବିଧାନସଭା ନିର୍ବାଚନ ଭୋଟ ଗଣତି । ତେବେ ଫୋକସରେ ରହିଛି ପଶ୍ଚିମବଙ୍ଗର ଫଳାଫଳ । କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି ବଜାୟ ରଖିବା ନେଇ କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକଜିଟ୍ ପୋଲରେ ବିଜେପି ବିଜୟୀ ହେବା ନେଇ ଆକଳନ କରାଯାଇଛି । ତେଣୁ ରାଜନୈତିକ ଦୃଷ୍ଟି କୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗର ଫଳାଫଳକୁ ନେଇ ଉତ୍କଣ୍ଠା ରହିଛି ।

ତେଣେ ତାମିଲନାଡୁରେ ଏଆଇଏଡିଏମକେର ୧୦ ବର୍ଷର ଶାସନର ଅନ୍ତ ଘଟାଇ ଡିଏମକେ କମବ୍ୟାକ କରିବା ନେଇ ଅଧିକାଂଶ ଏକଜିଟ୍ ପୋଲ ଆକଳନ ଲଗାଇଛନ୍ତି । ତେବେ କେରଳରେ ଇତିହାସ ସୃଷ୍ଟି କରିପାରେ ବିଜୟନଙ୍କ ଏଲ୍ଡିଏଫ୍ ବାମମେଣ୍ଟ । ଏଠାରେ କ୍ଷଣତା ବଜାୟ ରଖିବା ଆଶା କରାଯାଉଛି । ସେହିପରି ଆସାମରେ ବି ବିଜେପି ପୁଣି ଥରେ ବିଜୟୀ ହେବ ବୋଲି ଅଧିକାଂଶ ଜନମତ ସର୍ଭେ କହିଛନ୍ତି । ତେବେ ପୁଡୁଚେରୀରେ ଏନଡିଏ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେବା ସମ୍ଭାବନା ରହିଛି ।

The post କିଏ ହାତେଇବ ଗାଦି ? ୫ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ appeared first on OTV Khabar..



from OTV Khabar. https://ift.tt/3eLfcxh
କିଏ ହାତେଇବ ଗାଦି ? ୫ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ Pranjna Parimita କିଏ ହାତେଇବ ଗାଦି ? ୫ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ Pranjna Parimita Reviewed by SUBHENDU BARAL on May 01, 2021 Rating: 5

No comments:

Powered by Blogger.