ଶନିବାର ରାଜ୍ୟରେ ସଂକ୍ରମଣ ୧୦ହଜାର ଟପିବା ପରେ ଆଜି ତଳକୁ ଖସିଲା କରୋନା ମିଟର : ୨୪ ଘଂଟାରେ ୮୦୧୫ ଆକ୍ରାନ୍ତ ଚିହ୍ନଟ Kanak News
କନକ ବ୍ୟୁରୋ : ଆଜି ତଳକୁ ଖସିଲା କରୋନା ମିଟର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୧୦,୪୧୩ ଥିଲା। ଆଜି ଚିହ୍ନଟ ହୋଇଥିବା ୮୦୧୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪ ହଜାର ୫୬୮ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ ହଜାର ୪୪୭ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୫, ସୁନ୍ଦରଗଡ଼ରୁ ୭୫୩, ଅନୁଗୁଳରେ ୫୨୫ ଚିହ୍ନଟ ହୋଇଛନ୍ତି । ଏହା ସହ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ସେହିଭଳି କଟକରୁ ୪୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୦, ବରଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବୌଦ୍ଧ ୧୦୩, ଦେବଗଡ ୧୦୧, ଢେଙ୍କାନାଳ ୮୬, ଗଜପତି ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬, କଳାହାଣ୍ଡି ୧୭୪, କନ୍ଧମାଳ ୬୧, କେନ୍ଦ୍ରାପଡା ୭୦, କେନ୍ଦୁଝର ୭୫, କୋରାପୁଟ ୧୨୭, ମାଲକାନଗିରି ୩୬, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭ ଏବଂ ଷ୍ଟେଟ ପୁଲରୁ ୨୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।
from Kanak News https://ift.tt/2SkaRtz https://ift.tt/2T6tMVY
No comments: