ରାଜ୍ୟରେ ୪ଦିନ ଧରି ଜାରି ରହିବ କାଳବୈଶାଖୀ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ସୂଚନା Kanak News

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ଝଡବର୍ଷା ସହ କୁଆପଥର ମାଡ଼ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିପାରେ । ସେହିପରି ନବରଙ୍ଗପୁର, କୋରାପୁଟ, ମାଲକାନଗିରିର କିଛି ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇପାରେ ।

‌ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ତାପମାତ୍ରା ଖସିବାରେ ଲାଗିଛି । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିଛି । ଏବେ ରାଜ୍ୟରେ ଲଗାତାର ୪ଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିବ। ଫଳରେ ଧୀରେଧୀରେ ସାରା ରାଜ୍ୟରୁ ତାତି ଖସିବ ।

ବଙ୍ଗୋପସାଗରୀୟ ପବନ ସାରା ରାଜ୍ୟକୁ ବହିବା ଆରମ୍ଭ ହେବ । ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ଡିଗ୍ରି କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରି ତଳକୁ ଖସିବ । ୪ରୁ ୮ତାରିଖ ଭିତରେ ପାଗ ମେଘୁ୍ଆ ବା ଆଂଶିକ ମେଘୁଆ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେସ୍ଥାନେ ବର୍ଷା ହେବ । ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । ୬ ଓ ୭ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ।



from Kanak News https://ift.tt/3gTyTFW https://ift.tt/2X2LtrB
ରାଜ୍ୟରେ ୪ଦିନ ଧରି ଜାରି ରହିବ କାଳବୈଶାଖୀ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ସୂଚନା Kanak News ରାଜ୍ୟରେ ୪ଦିନ ଧରି ଜାରି ରହିବ କାଳବୈଶାଖୀ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ସୂଚନା Kanak News Reviewed by SUBHENDU BARAL on May 01, 2021 Rating: 5

No comments:

Powered by Blogger.