କୋଭିଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ : ନୟାଗଡ଼ ଇଟାମାଟି ଗାଁ ଟାଙ୍ଗିସାହିପାଟଣାର ଘଟଣା Kanak News

କନକ ବ୍ୟୁରୋ : କୋଭିଡରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଘଟଣା ଘଟିଛି ନୟାଗଡର ଇଟାମାଟି ଗାଁ ଟାଙ୍ଗିସାହି ପାଟଣାରେ । ଏହି ଗାଁର ଦିଲ୍ଲୀପ ପାତ୍ର ବର୍ଷେ ତଳେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା । ସଂପୃକ୍ତ ଦମ୍ପତି ଆଠମଲ୍ଲିକରେ ରହୁଥିଲେ । ଦିଲ୍ଲୀପ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ ।

ଦିଲ୍ଲୀପ ଗତ ସପ୍ତାହରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଯୁବକଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ଯୁବତୀଜଣଙ୍କ ନେଗେଟିଭ ଆସିବା ପରେ ଗାଁକୁ ଫେରିଥିଲେ । ତେବେ ମେଡିକାଲରେ କୋଭିଡ ଆକ୍ରାନ୍ତ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।



from Kanak News https://ift.tt/3b07heq https://ift.tt/3eM6YoR
କୋଭିଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ : ନୟାଗଡ଼ ଇଟାମାଟି ଗାଁ ଟାଙ୍ଗିସାହିପାଟଣାର ଘଟଣା Kanak News କୋଭିଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ : ନୟାଗଡ଼ ଇଟାମାଟି ଗାଁ ଟାଙ୍ଗିସାହିପାଟଣାର ଘଟଣା Kanak News Reviewed by SUBHENDU BARAL on May 02, 2021 Rating: 5

No comments:

Powered by Blogger.