ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କଙ୍କ ଘୋଷଣା Kanak News

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା । ଏ ସଂପର୍କିତ ପ୍ରସ୍ତାବକୁ ଅନିମୋଦନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । କରୋନା ମହାମାରୀ ସମୟରେ ସ୍କୁଲଗୁଡିକ ବନ୍ଦ ଥିବାରୁ ଡିବିଟି ଜରିଆରେ ଦିଆଯିବ ମଧ୍ୟାହ୍ନ ଭୋଜନ ଟଙ୍କା । ପିଲାମାନଙ୍କ ପୁଷ୍ଟିକୁ ସୁରକ୍ଷା ଦେବା ସହ ମହାମାରୀ ସମୟରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ରକ୍ଷା କରିବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଦେଶର ପ୍ରାୟ ୧୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ୧୨୦୦ କୋଟି ଟଙ୍କା ପଠାଇବେ କେନ୍ଦ୍ର ସରକାର । ପୂର୍ବରୁ ଦେଶର ୮୦ କୋଟି ହିତାଧିକାରୀଙ୍କ ପାଇଁ କରୋନା କାଳରେ ମାସକୁ ୫ କେଜି ଖାଦ୍ୟ ଶସ୍ୟ ବଂଟନ ପାଇଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଖାଦ୍ୟ ଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ।



from Kanak News https://ift.tt/3wFo66N https://ift.tt/34u6FKG
ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କଙ୍କ ଘୋଷଣା Kanak News ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କଙ୍କ ଘୋଷଣା Kanak News Reviewed by SUBHENDU BARAL on May 28, 2021 Rating: 5

No comments:

Powered by Blogger.