ନୂଆଦିଲ୍ଲୀ, ୦୨|୦୫: ରବିବାର ସକାଳ ୮ଟାରେ ଆରମ୍ଭ ହେବ ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ପାଞ୍ଚଟି ରାଜ୍ୟରେ ହେବ ଭୋଟ ଗଣତି । ଏଥିପାଇଁ ସୁରକ୍ଷା ବଳୟ ଭିତରେ ଭୋଟ ଗଣତି କେନ୍ଦ୍ର । ଚାହୁଁ ଚାହୁଁ ଆସିଯିବ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଓ ଆସାମ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଭୋଟ ଗଣତି ହେବ । ତେବେ ଏଥର କିଏ ମାରିବ ବାଜି, କାହାର ହେବ ଜିତାପଟ୍, କିଏ ଗଢିବ ସରକାର? ପାଂଚଟି ରାଜ୍ୟର ଜନାଦେଶ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ।
ସନ୍ ଡେ’, ରେଜଲ୍ଟ ଡେ’ । କରୋନା ଟେନ୍ସନ୍ ଭିତରେ ରବିବାର ସାମ୍ନାକୁ ଆସିବ ୫ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ।ଏକଜିଟ୍ ପୋଲର ଅନୁମାନ ଏକଜାକ୍ଟ ପୋଲରେ କେତେ ପ୍ରମାଣିତ ହେବ ତା’ ଉପରେ ରହିଛି ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଦିଦି-ମୋଦି କାଣ୍ଟେ କି ଟକ୍କର ଅନୁମାନ କରାଯାଉଥିବା ବେଳେ ଆସାମ ପୁଡ଼ୁଚେରୀରେ ବିଜେପି ସଫଳତା ପାଇବ ବୋଲି ଆକଳନ କରିଛି ଏକଜିଟ୍ ପୋଲ ସର୍ଭେ । ସେହିଭଳି କେରଳରେ କ୍ଷମତା ଏଲଡିଏଫ୍ ହାତରେ ରହିବ ଓ ତାମିଲନାଡ଼ୁରେ ଏଆଇଏଡିଏମକେକୁ ଧରାଶାୟୀ କରି ଷ୍ଟାଲିନଙ୍କ ଡିଏମକେ ଗାଦି ହାତେଇବ ବୋଲି ଯେଉଁ ଆକଳନ କରାଯାଉଛି ତାହା କେତେ ସତ ପ୍ରମାଣିତ ହେବ ତାକୁ ହିଁ ଅପେକ୍ଷା ।
from Prameya News7 https://ift.tt/3aVkWnj
No comments: