ବଡ଼ଧରଣର ଆନ୍ଦୋଳନ କରିବାକୁ ମାଲକାନଗିରି ଅଭିମୁଖେ ଶହଶହ ଆଦିବାସୀ; ଘେରିବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ Rajalaxmi Sahoo

ଚିତ୍ରକୋଣ୍ଡା: ବଡ଼ଧରଣର ଆନ୍ଦୋଳନ କରିବାକୁ ମାଲକାନଗିରି ଅଭିମୁଖେ ଶହଶହ ଆଦିବାସୀ। ସ୍ୱାଭିମାନ ଅଞ୍ଚଳର ୫ଟି ପଞ୍ଚାୟତ ଯଥା ଯନ୍ତ୍ରି, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଏବଂ ଗାଜଲବାଡ଼ିରେ ମୌଳିକ ସୁବିଧା ପହଞ୍ଚି ପାରୁ ନାହିଁ। ଫଳରେ ଏହି ଅଞ୍ଚଳର ଲୋକେ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି।

ପାଖାପାଖି ୧୫ ଶହ ଲୋକ ମାଲକାନଗିରି ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ଆଜି ସେମାନେ ମାଲାକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି।

ସରକାର ଏହି ୫ଟି ପଞ୍ଚାୟତକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଆଦି ମୌଳିକ ସୁବିଧା ଯୋଗାଇଦେବା କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ଗତକାଲି ସ୍ୱାଭିମାନ ଅଞ୍ଚଳର ବାସିନ୍ଦା ୪ଟି ଲଞ୍ଚ ଓ ଦେଶୀ ଡଙ୍ଗାରେ ପାରି ହୋଇ ଚିତ୍ରକୋଣ୍ଡାରେ ରାତ୍ରୀଯାପନ କରିଥିଲେ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଚିତ୍ରକୋଣ୍ଡାରୁ ମାଲକାନଗିରି ଅଭିମୁଖେ ବାହାରିଛନ୍ତି।

ଗତ ଜୁନ୍ ୫ ତାରିଖରେ ବିକାଶ ଆଉ ଅଧିକାର ଦାବିରେ ସ୍ୱର ଉତ୍ତୋଳନ ପାଇଁ ସମସ୍ତେ ଏକଜୁଟ୍ ହୋଇଥିଲେ।  ସେହି ସମୟରେ ସରକାର ଏବଂ ପ୍ରଶାସନ ବିରୋଧରେ ଲଢ଼େଇ ପାଇଁ ଚେତାବନୀ ବି ଦେଇଥିଲେ। ତଥାପି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏଭଳି ବଡ଼ଧରଣର ବିଦ୍ରୋହ ଓ ଜନଆନ୍ଦୋଳନ ତେଜିଥିବା କୁହାଯାଉଛି।

ଅନ୍ୟପକ୍ଷରେ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଖସଡ଼ା ତିଆରି କରି ଗୁରୁପ୍ରିୟା ସେତୁ ନିର୍ମାଣ କରିବା ସହ ଶହେ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଗୁରୁପ୍ରିୟା ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ବିକାଶକୁ ମଡେଲ୍ ଭାବେ ନେଇ ଅନ୍ୟ ମାଓ ପ୍ରଭାବିତ ଅଞ୍ଚଳରେ ପ୍ରୟୋଗ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟ ଶାସନ ସଚିବ କହିଥିଲେ। 



from OTV Khabar. https://ift.tt/2HsUaE2
ବଡ଼ଧରଣର ଆନ୍ଦୋଳନ କରିବାକୁ ମାଲକାନଗିରି ଅଭିମୁଖେ ଶହଶହ ଆଦିବାସୀ; ଘେରିବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ Rajalaxmi Sahoo ବଡ଼ଧରଣର ଆନ୍ଦୋଳନ କରିବାକୁ ମାଲକାନଗିରି ଅଭିମୁଖେ ଶହଶହ ଆଦିବାସୀ; ଘେରିବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ Rajalaxmi Sahoo Reviewed by SUBHENDU BARAL on August 25, 2019 Rating: 5

No comments:

Powered by Blogger.