ଝୁମ୍ପୁଡି ଘରେ ରୁହନ୍ତି, ସ୍ୱାମୀ ଦିନ ମଜୁରିଆ : ଏବେ ବିଜେପି ବିଧାୟିକା ଚନ୍ଦନା ବାଉରୀ

ପଶ୍ଚିମବଙ୍ଗ ୩/୫ : ପଶ୍ଚିମବଙ୍ଗରେ ବିଜେପି ହାରିଛି ସତ, କିନ୍ତୁ ଦଳର ଜଣେ ମହିଳା ପ୍ରାର୍ଥୀଙ୍କ ବିଜୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ସାଲତୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିବା ଚନ୍ଦନା ବାଉରୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ମଣ୍ଡଳଙ୍କୁ ପରାସ୍ତ କରିଛନ୍ତି । ତାଙ୍କର ବିଜୟ ଠାରୁ ତାଙ୍କର ଜୀବନ ଶୈଳୀ ଓ ଆର୍ଥିକ ସ୍ଥିତି ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

ବିଜେପି ନେତା ସୁନୀଲ ଦେଓଧର ଟୁଇଟ କରି କହିଛନ୍ତି ଯେ, ଚନ୍ଦନା ବାଉରୀଙ୍କ ସଂପତ୍ତି ୩୧ ହଜାର ୯୮୫ ଟଙ୍କା । ସେ ଚାଳ ଛପର ଘରେ ରୁହନ୍ତି । ସେ ଜଣେ ଗରିବ ଶ୍ରମିକଙ୍କର ପତ୍ନୀ । ଚନ୍ଦନାଙ୍କ ପରିବାର ଏସଟି ଶ୍ରେଣୀରେ ଆସନ୍ତି । ତାଙ୍କ ପାଖରେ ୩ଟି ଛେଳି ଓ ୩ଟି ଗାଈ ଅଛନ୍ତି ।

ଚନ୍ଦନା ନିଜର ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିର୍ବାଚନ ଆୟୋଗଙ୍କୁ ଯେଉଁ ଶପଥପତ୍ର ଦେଇଥିଲେ, ଏଥିରେ ସେ ନିଜେ ବ୍ୟାଙ୍କ ଆକାଉଣ୍ଟରେ କେବଳ ୬୩୩୫ ଟଙ୍କା ଥିବା କଥା କହିଥିଲେ । ଏଥି ସହିତ ସେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କ ଆକାଉଣ୍ଟରେ ୧୫୬୧ ଟଙ୍କା ଥିଲା । ଶପଥପତ୍ରରେ ଦିଆଯାଇଥିବା ସୂଚନା ଅନୁସାରେ ତାଙ୍କର ସର୍ବମୋଟ ସଂପତ୍ତି ୩୧ ହଜାର ୯୮୫ ଟଙ୍କା ।



from Prameya News7 https://ift.tt/33agjRO
ଝୁମ୍ପୁଡି ଘରେ ରୁହନ୍ତି, ସ୍ୱାମୀ ଦିନ ମଜୁରିଆ : ଏବେ ବିଜେପି ବିଧାୟିକା ଚନ୍ଦନା ବାଉରୀ ଝୁମ୍ପୁଡି ଘରେ ରୁହନ୍ତି, ସ୍ୱାମୀ ଦିନ ମଜୁରିଆ : ଏବେ ବିଜେପି ବିଧାୟିକା ଚନ୍ଦନା ବାଉରୀ Reviewed by SUBHENDU BARAL on May 02, 2021 Rating: 5

No comments:

Powered by Blogger.