ଆଜି ଡବଲ୍ ଫାଇଟ୍ : ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ, ଦ୍ୱିତୀୟରେ ଦିଲ୍ଲୀ ବନାମ ପଞ୍ଜାବ
ଭୁବନେଶ୍ୱର, ୦୨|୦୫ : ରବିବାର ଆଇପିଏଲର ଖେଳାଯିବ ଦୁଇଟି ମୁକାବିଲା । ଅର୍ଥାତ ଡବଲ୍ ପାଇଟ୍ । ୨୮ ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ସେହିପରି ୨୯ ତମ ଲିଗ୍ ମୁକାବିଲାରେ ସାମ୍ନାସାମ୍ନି ହେବେ କିଙ୍ଗସ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ।
ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବେ ରାଜସ୍ଥାନ ଓ ହାଇଦ୍ରାବାଦ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଉଭୟ ପଏଣ୍ଟ ଟେବୁଲରେ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ନିଜର ପରାଜୟ ଧାରା ଭାଙ୍ଗି ଉଭୟ ଦଳ ଟେବୁଲରେ ଉପରକୁ ଉଠିବାକୁ ପ୍ରୟାସ କରିବେ । ହାଇଦ୍ରାବାଦ ନିଜ ନେତୃତ୍ୱରେ ପରିବର୍ତ୍ତନ କରିଛି । ଦଳ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ କେନ୍ ଓ୍ୱିଲମସନଙ୍କୁ ଅଧିନାୟକ କରିଛି । ରାଜସ୍ଥାନ ୬ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ ଲାଭ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ହାଇଦ୍ରାବାଦ ମଧ୍ୟ ୬ଟି ମ୍ୟାଚରୁ ଗୋଟିଏରେ ବିଜୟଲାଭ କରିଥିବା ବେଳେ ୫ ମ୍ୟାଚରେ ପରାସ୍ତ ହୋଇଛି ।
ଦ୍ୱିତୀୟ ମୁକାବିଲାରେ ଫେସ୍ ଟୁ ଫେସ୍ ହେବେ କିଙ୍ଗସ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏବେସୁଦ୍ଧା ଦିଲ୍ଲୀର ଫର୍ମ ଭଲ ରହିଛି । ଦଳ ୭ ମ୍ୟାଚରୁ ୫ ବିଜୟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ପଞ୍ଜାମ ମଧ୍ୟ ଆଭରେଜ ପ୍ରଦର୍ଶନ କରି ୭ ମ୍ୟାଚରୁ ୩ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି ।
ଉଭୟ ଦଳର ପେସ୍ ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ । କୌଣସି ପେସ୍ ବୋଲର ଆହତ ହେଲେ ତାଙ୍କ ସ୍ଥାନ ନେବା ଭଳି ଅଭିଜ୍ଞ ପେସ୍ ବୋଲର ଦଳରେ ରହିଛନ୍ତି । ମହମ୍ମଦ ସାମି ପଞ୍ଜାବ କିଙ୍ଗ୍ସ ପେସ୍ ବିଭାଗର ନେତୃତ୍ୱ ନେଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଝେୟ ରିଚାର୍ଡସନ, ରିଲି ମେରେଡିଥ୍, କ୍ରିସ୍ ଜୋର୍ଡାନଙ୍କ ଭଳି ଦକ୍ଷ ଫାଷ୍ଟ ବୋଲର ଦଳରେ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କାଗିସୋ ରାବାଡା, କ୍ରିସ୍ ୱକ୍ସ, ଅଭେଶ ଖାନ୍, ଟମ କୁରାନ ରହିଛନ୍ତି ।
ରବିବାର ଖେଳାଯିବାକୁ ଥିବା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ରଣନୀତିରେ ପରିବର୍ତ୍ତନ କରିବ । ସଠିକ ସମୟରେ ବୋଲରଙ୍କୁ ଉପଯୋଗ କରିବା ଜରୁରୀ । ତ୍ରୁଟି ନଦୋହରାଇବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଯତ୍ନବାନ ହେବ ।
ପଞ୍ଜାବ କିଙ୍ଗ୍ସ ପକ୍ଷରୁ ପୂରନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତାଙ୍କ ବ୍ୟାଟ୍ରୁ ଏକ ବିସ୍ଫୋରକ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ ।
from Prameya News7 https://ift.tt/333UX8G
No comments: