ହାଇଓ୍ୱା-ଆଇଚର ଧକ୍କା, ୨ ଡ୍ରାଇଭର ଆହତ

ଅନୁଗୋଳ, ୦୩।୦୫ : ଅନୁଗୋଳ ଜିଲ୍ଲା ଜରପଡା ବସଷ୍ଟାଣ୍ଡ ନିକଟରେ ହାଇଓ୍ୱା ଏବଂ ଆଇଚର ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁଇ ଡ୍ରାଇଭର ଆହତ। ଆଇଚର ଗାଡି ଡ୍ରାଇଭର ଗୁରୁତର ଅବସ୍ଥାରେ ରହିଥିବା ସଚନା ମିଳିଛି । ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଅନୁଗୋଳ ଏନଏଚ-୫୫ ଜରପଡା ବସଷ୍ଟାଣ୍ଡ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ଏକ ଆଇଚର ଗାଡି ସହ ହାଇଓ୍ୱା ଧକ୍କା ହେବା ଫଳରେ ୨ଜଣ ଡ୍ରାଇଭର ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ  ଆଇଚର ଗାଡି ଡ୍ରାଇଭର ଗୁରୁତର ରହିଛନ୍ତି।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଅନୁଗୋଳ ମେଡିକାଲରେ ଭର୍ତ୍ତି କରିଛନ୍ତି। ହାଇଓ୍ୱା ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।ହାଇଓ୍ୱା ଗାଡିଟି ସମ୍ବଲପୁର ଅଭିମୁଖେ ଯାଉଥିଲା ବେଳେ ଆଇଚର ଗାଡିଟି ଅନୁଗୋଳ ଅଭିମୁଖେ ଆସୁଥିଲା। ଜରପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



from Prameya News7 https://ift.tt/3nIWcE0
ହାଇଓ୍ୱା-ଆଇଚର ଧକ୍କା, ୨ ଡ୍ରାଇଭର ଆହତ ହାଇଓ୍ୱା-ଆଇଚର ଧକ୍କା, ୨ ଡ୍ରାଇଭର ଆହତ Reviewed by SUBHENDU BARAL on May 02, 2021 Rating: 5

No comments:

Powered by Blogger.