କୋଲକାତା, ୦୨।୦୫: ବିଜେପି ଓ ଟିଏମସି ମଧ୍ୟରେ କାଣ୍ଟେ କା ଟକ୍କର । କିଏ ଜିତିବ ପଶ୍ଚିମବଙ୍ଗର ଲଢେଇ ତାହା କହିବା ମୁସ୍କିଲ । କେତେବେଳେ ବିଜେପି ଆଗରେ ତ କେତେବେଳେ ଟିଏମସି । ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଛି କଡା ଫାଇଟ୍ । କେହି କାହାରିକୁ ଛାଡିବାକୁ ନାରାଜ । ଯାହା ପ୍ରାଥମିକ ଟ୍ରେଣ୍ଡରୁ ବାରି ହୋଇ ପଡୁଛି ।
ଏବେସୁଦ୍ଧା ବିଜେପି ୫୪ ଓ ଟିଏମସି ୬୧ଟି ଆସନରେ ଆଗୁଆ ରହିଛି । କଂଗ୍ରେସ କିମ୍ବା ବାମ ଦଳ ଗୋଟିଏ ହେଲେ ସିଟରେ ଆଗୁଆ ନାହାଁନ୍ତି । ଅର୍ଥାତ ଲଢେଇ କେବଳ ବିଜେପି ଓ ଟିଏମସି ମଧ୍ୟରେ ହୋଇଥିବା ସ୍ପଷ୍ଟ ହେଉଛି । ୧୧୫ଟି ଆସନରୁ ଏହି ଟ୍ରେଣ୍ଡ୍ ଆସିଛି । ଯାହା ବଦଳିବାର ମଧ୍ୟ ସମ୍ଭାବନା ରହିଛି । କାରଣ ଏହା ଫାଇନାଲ୍ ରେଜଲ୍ଟ ନୁହେଁ ।
କେରଳ
କେରଳରେ ଶାସନରେ ଥିବା ବାମଦଳ ୩ଟି ଆସନରେ ଆଗୁଆ ରହିଛି ।
ତାମିଲନାଡୁ
ଏଠାରେ ୩ଟି ଆସନରେ ଡିଏମକେ ଆଗରେ ରହିଛି । ଏଆଇଡିଏମକେ ଗୋଟିଏ ଆସନରେ ଆଗରେ ଥିବା ବେଳେ ଅନ୍ୟମାନେ ମଧ୍ୟ ଗୋଟିଏ ଆସନରେ ଆଗରେ ରହିଛନ୍ତି ।
ଆସାମ
ଆସାମରେ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି ।
from Prameya News7 https://ift.tt/2RiovN6
No comments: