ଆଠମଲ୍ଲିକ ୦୨।୦୫: ଜିଲ୍ଲାରେ ଶନିବାର କରେନା ସଂକ୍ରମଣ ସଂଖ୍ୟା ୬୦୨ପାର୍ କରିଛି । ସେହିପରି ଆଠମଲ୍ଲିକ NACରେ ୧୭ ଜଣ କରେନା ସଂକ୍ରମିତ ଛିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଛି । ଆଠମଲ୍ଲିକ NACରେ କରେନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ ।
ଖବର ଅନୁଯାୟୀ, ସଂକ୍ରମଣ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ନକଲେ ଆଗକୁ ପରସ୍ଥିତି ଖରାପ ହେଇପାରେ । ଏହାକୁ ଦୃଷ୍ଟିରେ ରଖି ଶନିବାର ସଂନ୍ଧ୍ୟରେ ଆଠମଲ୍ଲିକ NACର ଓ୍ୱାର୍ଡ ନଂ ୬ ଓ ୮କୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳକୁ ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଏପିରିକି ଏହି ଓ୍ୱାର୍ଡରୁ ଜଣଙ୍କ ମୃତ୍ୟୁ ବି ହେଇସାରିଲାଣି । ଯାହାକୁ ନେଇ ଓ୍ୱାର୍ଡ଼ରେ କୋକୁଆ ଭୟ ସୃଷ୍ଟି ହେଇଛି । ଏହି ଦୁଇଟି ଓ୍ୱାର୍ଡକୁ ବାରିକେଟ କରାଯାଇଛି । ହେଲେ କିଛି ବଙ୍ଗାଳି ଲୋକ ବାରିକେଟ କୁ ନମାନି ଯିବା ଆସିବା କରୁଥିବାର ବେଖିବାକୁ ମିଳିଛି ।
from Prameya News7 https://ift.tt/3h7Xt6j
No comments: