ନୂଆଦିଲ୍ଲୀ ୩/୫ : ରାଜଧାନୀ ଦିଲ୍ଲୀରେ ବୋଲ ମାନୁନି ସଂକ୍ରମଣ । ଦୈନିକ ଏଠି ଭାଇରସ ନୂଆ ନୂଆ ରେକର୍ଡ କରୁଛି । ନୂଆ ନୂଆ କେସ୍ ସହ ମୋଟ ଅଙ୍କ ଛୁଇଁଛି ୧୧ ଲକ୍ଷ ୯୪ ହଜାର ୯୪୬ । ସେହିଭଳି ମୃତ୍ୟୁ ସଂଖ୍ୟା ରେକର୍ଡ କରିବାରେ ଲାଗିଛି । ଦୈନିକ ମୃତ୍ୟୁ ଏଠି ୪୦୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା ପୁଣି ୪୦୭ ହୋଇଛି ।
ଏହାକୁ ମିଶାଇ ରାଜଧାନୀ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬, ୯୬୬ ହୋଇଛି । ସେହିଭଳି ୨୦ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଏଠାରେ ସକ୍ରିୟ ମାମଲା ରହିଛି ୯୨ ହଜାର ୨୯୦ । ତେବେ ଆଶ୍ୱସ୍ତିକର ଖବର ଦେଉଛି ଲକଡାଉନ ଫଳରେ ସ୍ଥିତିରେ ସୁଧାର ଆସୁଛି । ଦିଲ୍ଲୀରେ ବର୍ତ୍ତମାନ ସଂଗରୋଧରେ ରହିଛନ୍ତି ୫୦ ହଜାରରୁ ଅଧିକ ଲୋକ ।
ସେହିଭଳି ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଟେଷ୍ଟିଂକୁ ଏଠି ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଉଛି । ଏଥିରେ RTPCR ଟେଷ୍ଟ ୫୪,୪୮୭ ହୋଇଥିବାବେଳେ ୧୭ ହଜାରରୁ ଅଧିକ ANTIZEN ଟେଷ୍ଟ କରାଯାଉଛି । ଲକଡାଉନ ସହ ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ବି ଲାଗିଛି ।
from Prameya News7 https://ift.tt/3tcLYg7
No comments: