ଅଲଗା ହେବେ ବିଲ୍ ଗେଟ୍ସ ଓ ମେଲିଣ୍ଡା, ବିବାହର ୨୭ ବର୍ଷ ପରେ ପରସ୍ପରକୁ ଦେବେ ଛାଡପତ୍ର

ନ୍ୟୁୟର୍କ, ୦୫।୦୫: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡା ଅଲଗା ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଉଭୟ ବିବାହର ୨୭ ବର୍ଷ ପରେ ଉଭୟ ଛାଡପତ୍ର ନେଇ ସହମତି ପ୍ରକାଶ କରିଛନ୍ତି । ଉଭୟ ମିଳିତ ଭାବେ ବୟାନ ଜାରି କରି ଏନେଇ ସୂଚନା ଦେଇଛନ୍ତି ।

ଉଭୟ ମିଳିତ ଭାବେ ବୟାନ ଜାରି କରି କହିଛନ୍ତି ଯେ, ବହୁତ ଆଲୋଚନା ଓ ସମ୍ପର୍କକୁ ନେଇ ଏକାଠି ରହିବା ପରେ ଏବେ ବିବାହ ବିଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଗତ ୨୭ ବର୍ଷରେ ସେମାନେ ୩ଜଣ ସନ୍ତାନଙ୍କୁ ବଡ କରିଛନ୍ତି । ସେମାନେ ଏକ ଫାଉଣ୍ଡେସନ୍ ମଧ୍ୟ ଗଠନ କରିଛନ୍ତି ଯାହା ସାରା ବିଶ୍ୱର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କାମ କରିଥାଏ । ଆଗକୁ ମଧ୍ୟ ସେମାନେ ଏପରି କାମ କରିବେ । କିନ୍ତୁ ଆଗାମୀ ଦିନରେ ସେମାନେ ଆଉ ପତି ପତ୍ନୀ ଭାବେ ରହିବାକୁ ଚାହୁଁ ନାହାଁନ୍ତି । ତେଣୁ ଜନତା ସେମାନଙ୍କ ପରିବାରକୁ କିଛି ସ୍ପେସ୍ ଓ ପ୍ରାଇଭେସୀ ଦିଅନ୍ତୁ ବୋଲି ଉଭୟ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ. ବିଲ୍ ଗେଟସ୍ ଓ ମେଲିଣ୍ଡା ୧୯୮୭ରେ ନ୍ୟୁୟର୍କରେ ପ୍ରଥମେ ପରସ୍ପରକୁ ଭେଟିଥିଲେ । ଏହାପରେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଥିଲା । କିଛି ବର୍ଷ ପରେ ସେମାନେ ୧୯୯୩ରେ ନିର୍ବନ୍ଧ କରିଥିଲେ । ଏହାପରେ ୧୯୯୪ରେ ବିବାହ ସମ୍ପନ୍ନ ହୋଇଥିଲା ।



from Prameya News7 https://ift.tt/3h42HzJ
ଅଲଗା ହେବେ ବିଲ୍ ଗେଟ୍ସ ଓ ମେଲିଣ୍ଡା, ବିବାହର ୨୭ ବର୍ଷ ପରେ ପରସ୍ପରକୁ ଦେବେ ଛାଡପତ୍ର ଅଲଗା ହେବେ ବିଲ୍ ଗେଟ୍ସ ଓ ମେଲିଣ୍ଡା, ବିବାହର ୨୭ ବର୍ଷ ପରେ ପରସ୍ପରକୁ ଦେବେ ଛାଡପତ୍ର Reviewed by SUBHENDU BARAL on May 03, 2021 Rating: 5

No comments:

Powered by Blogger.