ଛତିଶଗଡ଼ ଏନକାଉଣ୍ଟରରେ ୨୧ ଯବାନଙ୍କ ମିଳୁନି ପତ୍ତା : ୫ ଯବାନ୍ ଶହିଦ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଛତିଶଗଡ଼ ୪/୪: ଛତିଶଗଡ଼ ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତରେ ନକ୍ସଲ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଏଥିରେ ୫ ଯବାନ ଶହିଦ୍ ହେବା ସହ ଏବେବି ଅନେକ ଆହତ ହୋଇଛନ୍ତି । ତେବେ ୨୧ ଯବାନଙ୍କ ଏଯାଏଁ ପତ୍ତା ମିଳୁନି । ଶନିବାର ୩ ଘଣ୍ଟା ଧରି ଚାଲିଥିଲା ଜୋରଦାର ଗୁଳିବିନିମୟ ।

ସେଠାକାର ପୋଲିସ ଅଧିକାରୀଙ୍କ କହିବା ମୁତାବକ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନର ପୋଲିସ ଉପ ମହାନୀରିକ୍ଷକ ଓ.ପି ପୋଲ୍ କହିଛନ୍ତି ଜଂଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପରେ ପାଖାପାଖି ୧୫୦୦ ଯବାନଙ୍କୁ ନକ୍ସଲ ଦମନ ବିରୋଧୀ ଅଭିଯାନରେ ସାମିଲ କରାଯାଇଛି, ଯେଉଁମାନେ କି ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେପଟେ ୫ ଯବାନ୍ ଶହିଦ ହେବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି । ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ତାହା ହିଁ ପ୍ରାର୍ଥନା କରୁଛି ବୋଲି ମୋଦି କହିଛନ୍ତି । 



from Prameya News7 https://ift.tt/3fBNJjO
ଛତିଶଗଡ଼ ଏନକାଉଣ୍ଟରରେ ୨୧ ଯବାନଙ୍କ ମିଳୁନି ପତ୍ତା : ୫ ଯବାନ୍ ଶହିଦ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଛତିଶଗଡ଼ ଏନକାଉଣ୍ଟରରେ ୨୧ ଯବାନଙ୍କ ମିଳୁନି ପତ୍ତା : ୫ ଯବାନ୍ ଶହିଦ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ Reviewed by SUBHENDU BARAL on April 03, 2021 Rating: 5

No comments:

Powered by Blogger.