ସୋର, ୦୪|୦୪ : ନୃଶଂସତାର ସୀମା ଟପିଲା ଶ୍ୱଶୁର ଘର ଲୋକେ । ପ୍ରଚଣ୍ଡ ଗ୍ରୀଷ୍ମରେ ଯୁବକଙ୍କୁ ଅଣ୍ଟା ଓ ହାତକୁ ବାନ୍ଧି ୨ କିମି ଚଲାଇ ଚଲାଇଲେ । ନିସ୍ତୁକ ମାଡ଼ ମଧ୍ୟ ଦେଲେ l ପରିବାରର ଗଣ୍ଡଗୋଳ ଯୋଗୁ ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋରରେ ଦେଖିବାକୁ ମିଳିଛି l
ସୂଚନାନୁସାରେ, ସୋର ଥାନା କେଶପୁର ଗ୍ରାମର ବୈକୁଣ୍ଠ ନାୟକ ଗତ କିଛି ବର୍ଷ ଧରି ସ୍ତ୍ରୀ ଲଷ୍ମୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ l ଶନିବାର ବୈକୁଣ୍ଠ ସ୍ତ୍ରୀ ଲଷ୍ମୀକୁ ଜଳଖିଆରେ ବିଷଦେଇ ମାରିବା ସହିତ ପୁଅ ଓ ୩ଟି ଝିଅଙ୍କୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ଏହା ସ୍ତ୍ରୀ ଜାଣିପାରି ଘଟଣା ସମ୍ପର୍କରେ ବାପଘରକୁ ଓ ଭଉଣୀ ଘରକୁ ଖବର ଦେଇଥିଲେ l
ବାପଘର ଲୋକେ ଖବର ପାଇ ସିମୁଳିଆ ଥାନା ଖେରକୋଣରୁ କେଶପୁରର ପହଂଚି ବୈକୁଣ୍ଠକୁ ଦୌଡ଼ିରେ ଅଣ୍ଟା ଓ ହାତକୁ ବାନ୍ଧି ମାଡ ମାରିଥିଲେ । ଏହାସହ ପ୍ରଚଣ୍ଡ ଖରାରେ କେଶପୁର ସଜାନପୁର ରାସ୍ତାରେ ଦୁଇ କିଲୋମିଟର ଚଲାଇ ଚଳାଇ ସାଜନପୁରକୁ ନେଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ l ଫଳରେ ବୈକୁଣ୍ଠକୁ ପରିବାର ଲୋକେ ଛାଡି ଦେଇଥିବା ବେଳେ ଏବଂ ଘଟଣାକୁ ନେଇ ସ୍ତ୍ରୀ ଲଷ୍ମୀ ସୋର ଥାନାରେ ମାମଲା ରୁଜୁ କରିଛନ୍ତି ।
from Prameya News7 https://ift.tt/3dwisfw
No comments: