୮ ବର୍ଷରେ ପଦାର୍ପଣ କଲା ମହିମା ଜ୍ୟୋତିଯାତ୍ରା, ବିଭିନ୍ନ ଟୁଙ୍ଗିର ପୁନଃ ସଂସ୍ଥାପନ ପାଇଁ ପ୍ରୟାସ ଆରମ୍ଭ

ଢେଙ୍କାନାଳ, ୦୪|୦୪ : ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ କୌପନୀଧାରୀ ମହିମା ସମାଜ ପକ୍ଷରୁ ଆରମ୍ଭ କରାଯାଇଥିବା ମହିମା ଜ୍ୟୋତିଯାତ୍ରା ଚଳିତ ବର୍ଷ ଆଠବର୍ଷରେ ପଦାର୍ପଣ କରିଛି । ତେବେ ମହିମା ଧର୍ମର ଆଦିପୀଠ କୁହାଯାଉଥିବା ଢେଙ୍କାନାଳ କପିଳାସ ପର୍ବତର ପାଦ ଦେଶରେ ଥିବା ତପୋବନ ମହିମା ପୀଠରୁ ଏହି ୮ମ ଜ୍ୟୋତିଯାତ୍ରା  ପରିକ୍ରମା ଆରମ୍ଭ ହୋଇଯାଇଛି ।

ଏହି ଜ୍ୟୋତିଯାତ୍ରା ଅବସରରେ ମହିମା ସାଧୁ ମାନଙ୍କର ଲୁକାୟିତ ପ୍ରାଚୀନ ମହିମା ଟୁଙ୍ଗି ଗୁଡିକୁ ପୁନଃ ସଂସ୍ଥାପନ ପାଇଁ ଉଦ୍ୟମ କରାଯାଉଛି । ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକର ମହାଦିଆ ଗ୍ରାମର ମହିମା ସନ୍ୟାସୀମାନଙ୍କ ବହୁ ପ୍ରାଚୀନ ମହିମା ଟୁଙ୍ଗିର ପୁନଃ ସଂସ୍ଥାପନ କରାଯାଇଛି । ଏହି ଅବସରରେ ମହିମା ଗାଦି ଯୋରନ୍ଦାର କୌପନୀଧାରୀ ମହିମା ସମାଜ ମୁଖ୍ୟ ବାବା ରଘୁନାଥ ଦାସଙ୍କ ସମେତ ମହିମା ସନ୍ୟାସୀ ମାନେ ମହିମା ଜ୍ୟୋତି ସହ  ପରିକ୍ରମା କରିଥିଲେ ।

ମହାଦିଆ ଗ୍ରାମବାସୀମାନେ ଘଣ୍ଟ ଘଂଟା ଓ ଭଜନ କୀର୍ତ୍ତନ କରି ଏକ ବିଶାଳ ଶୋଭାଯାତ୍ରାରେ ଲୁପ୍ତ ହୋଇ ଯାଇଥିବା ପ୍ରାଚୀନ ମହିମା ଟୁଙ୍ଗି ସ୍ଥାନକୁ ମହିମା ଜ୍ୟୋତିକୁ ନେଇଥିଲେ । ସେଠାରେ ବନ୍ଦାପନା କରିବା ସହ ପ୍ରାଚୀନ କାଳରେ ମହିମା ସାଧୁ ମାନେ ଧ୍ୟାନ ସମୟରେ ବସୁଥିବା ଏକ ବିରାଟ ପଥରକୁ ଠାବ କରାଯାଇଥିଲା । ପରେ ଉକ୍ତ ପଥରକୁ ଚିହ୍ନଟ କରି ସଂରକ୍ଷିତ କରାଯାଇଥିଲା । ଏହି ମହାଦିଆ ଗ୍ରାମରେ ମହିମା ଟୁଙ୍ଗି ପୁନଃ ସଂସ୍ଥାପନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାନ କରାଯାଇଥିବା ଜାଗାରେ  ମହିମା ସାଧୁ ବାବା ରଘୁନାଥ ଦାସ ଶୁଭ ଦେଇଥିଲେ । ପରେ ଏହି ଜ୍ୟୋତିଯାତ୍ରା ଓଡ଼ପଡା, ବଳରାମ ପୁରର ଶ୍ରୀଡ଼ିହି ଓ ମେରମୁଣ୍ଡଳୀ ଆଦି ଗ୍ରାମ ଅଭିମୁଖେ ପରିକ୍ରମା କରିଥିବା ଜଣାପଡ଼ିଛି । ଏହି ଜ୍ୟୋତି ଯାତ୍ରାରେ ମହିମା ଗାଦୀ ଜୋରନ୍ଦା ର ୨୧ ମୂର୍ତି ମହିମା ସନ୍ୟାସୀ ଓ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିବା ଜଣାପଡିଛି ।



from Prameya News7 https://ift.tt/3sSzbQz
୮ ବର୍ଷରେ ପଦାର୍ପଣ କଲା ମହିମା ଜ୍ୟୋତିଯାତ୍ରା, ବିଭିନ୍ନ ଟୁଙ୍ଗିର ପୁନଃ ସଂସ୍ଥାପନ ପାଇଁ ପ୍ରୟାସ ଆରମ୍ଭ ୮ ବର୍ଷରେ ପଦାର୍ପଣ କଲା ମହିମା ଜ୍ୟୋତିଯାତ୍ରା, ବିଭିନ୍ନ ଟୁଙ୍ଗିର ପୁନଃ ସଂସ୍ଥାପନ ପାଇଁ ପ୍ରୟାସ ଆରମ୍ଭ Reviewed by SUBHENDU BARAL on April 03, 2021 Rating: 5

No comments:

Powered by Blogger.