ଚପଲ ଫିଙ୍ଗି ସସପେଣ୍ଡ୍ ଘଟଣା : ରାତି ସାରା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ, ଆଜି ରାଜ୍ୟପାଳଙ୍କୁ ଭେଟିବେ
ଭୁବନେଶ୍ୱର, ୦୪|୦୪ : ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅନୁରୋଧ ସତ୍ତ୍ୱେ ସେମାନେ ଧାରଣାରୁ ହଟି ନାହାନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଏହାସହ ସୋମବାର ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ ଜଣାଇବେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।
ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା ଘଟଣାରେ ୩ ବିଜେପି ବିଧାୟକଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତେବେ ଗତକାଲି ବିଧାନସଭା ସରିଥିବାରୁ ଧାରଣାରତ ବିଜେପି ବିଧାୟକଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ନିଜେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ସରିବା ସହ ୩ ବିଧାୟକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶର ଅବଧି ମଧ୍ୟ ସରିଯାଇଛି । ତେଣୁ ସେମାନେ ଆଉ ଧାରଣା ଦେବାର କୌଣସି କାରଣ ନାହିଁ ବୋଲି କହିଥିଲେ । ତେବେ ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ବିଜେପି ବିଧାୟକମାନେ ଧାରଣାରେ ବସି ରହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିଲେ ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।
from Prameya News7 https://ift.tt/31JPBif
No comments: