ମୁମ୍ବାଇ ୪/୨: ବଲିଉଡରେ ବ୍ୟାପିବାରେ ଲାଗିଛି କରୋନା ମହାମାରୀ । ଗୋଟିଏ ପରେ ଗୋଟିଏ ଅଭିନେତା, ଅଭିନେତ୍ରୀ ଭୁତାଣୁ ଫାଶରେ ଫସିବାରେ ଲାଗିଛନ୍ତି । ନିକଟରେ ରଣବୀର କପ୍ପୁର ସଂକ୍ରମିତ ହେବା ପରେ ଏବେ ଆଲିଆ ଭଟ୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଇ ନିକଟରେ ତାଙ୍କ ଚଳଚିତ୍ର ଗଙ୍ଗୁବାଇ କାଠିଆବାଡିର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ସଂକ୍ରମିତ ହୋଇଥିଲେ ।
ସୁଟିଂ ସମୟରେ ସେ ତାଙ୍କଠାରେ କରୋନା ଲକ୍ଷଣ ଥିବା ନଜର ଆସିଥିଲା । ବୋଧହୁଏ ତାଙ୍କ ସଂସ୍ପର୍ଶରେ ଆସି ରଣବୀର ଓ ଆଲିଆ ସଂକ୍ରମିତ ହୋଇଛନ୍ତି । ଏବେ ଏମାନେ ସବୁ ସଙ୍ଗରୋଧରେ ରହୁଛନ୍ତି । ପୂର୍ବରୁ କିଲର ଭାଇରସର ଶିକାର ହୋଇଛନ୍ତି ବଲିଉଡର ନାମୀଦାମୀ କଳାକାର । ଆମିର ଖାନ୍, କାର୍ତ୍ତିକ ଆୟନ, ମନୋଜ ବାଜପେୟୀ, ବାପ୍ପି ଲେହରୀ, ତାରା ସୁତାରିଆଙ୍କ ପରେ ଏବେ ଆଲିଆ ଭଟ୍ଟ ବାଇରସ କବଳରେ ଆସିଛନ୍ତି । ବିଗ୍ ବସ୍ ଫେମ୍ ମୋନାଲିସା କରୋନା ସଂକ୍ରମିତ ହୋଇଥିଲେ । ତେବେ ତାଙ୍କଠାରେ କୌଣସି ଲକ୍ଷଣ ନଥିବା କହିଛନ୍ତି ତାଙ୍କ ସ୍ୱାମୀ । ଏବେ ସେ ସଂକ୍ରମିତ ଚିହ୍ନଟ ହେବା ହୋମ କ୍ୱାରେଣ୍ଟାଇନରେ ରହୁଛନ୍ତି । ଗତକାଲି ସିଙ୍ଗର ବାପ୍ପି ଲେହରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ତେବେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଅଧା ବଲିଉଡକୁ କରୋନା ଗ୍ରାସ କରିଥିବାବେଳେ ସୁଟିଂରେ ବ୍ୟାପକ ପ୍ରଭାବ ପଡିଥିବା ନଜର ଆସିଛି । ଭୁଲ ଭୁଲେୟା ପାର୍ଟ ୨ ସୁଟିଂ ସେଟରେ କାର୍ତ୍ତିକ ଆୟାନ ଭାଇରସର ଶିକାର ହୋଇଥିଲେ । ଠିକ୍ ସେହିପରି କଲର୍ସରେ ପ୍ରସାରିତ ଡାନ୍ସ ଦିଓ୍ୱାନେର ୧୮ କ୍ରୁ ମେମ୍ୱର ସଂକ୍ରମିତ ହେବାପରେ ଚିନ୍ତା ବଢିଯାଇଛି ।
from Prameya News7 https://ift.tt/3mffaBq
No comments: