ହେଲମେଟ ଚେକିଂକୁ ନେଇ ପୁଲିସ-ଜନତା ମୁହାଁମୁହିଁ : କରଞ୍ଜିଆ ସାହାରପଡ଼ାରେ ହେଲମେଟ ଚେକିଂ ବେଳେ ଜଣେ ଯୁବକଙ୍କୁ ପୁଲିସର ମାଡ ଅଭିଯୋଗ Kanak News

କନକ ବ୍ୟୁରୋ : ଚେକିଂ ବେଳେ ପୁଲିସର ଦାଦାଗିରି । ହେଲମେଟ ଓ ମାସ୍କ ଚେକିଂ ବେଳେ ପୁଲିସର ମାଡ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜର କରଂଜିଆ ଥାନା ଅନ୍ତର୍ଗତ ସାହାରପଡା ବାଇପାସ ଛକ ନିକଟରୁ । ଚେକିଂ ବେଳେ ପୁଲିସ ମାଡରେ ଜଣେ ଯୁବ ବ୍ୟବସାୟୀଙ୍କ ମୁଣ୍ଡ ଫାଟିଯାଇଛି ।

ତାଙ୍କ କାନରେ ଗଭୀର ଆଘାତ ଲାଗିଛି । ଏହା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ସ୍ଥାନୀୟ ପୁଲିସ ବିରୋଧରେ ନାରାବାଜି କରିଥିଲେ । ଏହାପରେ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି ମୟୁରଭଞ୍ଜ ଏସପି । ଏମାନେ ହେଲେ ୪୭୪ ବାଟାଲିୟନର ସିପାହୀ ଆର.କେ .ସିଂ ଓ କରଞ୍ଜିଆ ପୁଲିସର ଡ୍ରାଇଭର ତଥା ହୋମଗାର୍ଡ ମାନସରଞ୍ଜନ ସ୍ୱାଇଁ ।



from Kanak News https://ift.tt/3sySQ88 https://ift.tt/3dg8Bu4
ହେଲମେଟ ଚେକିଂକୁ ନେଇ ପୁଲିସ-ଜନତା ମୁହାଁମୁହିଁ : କରଞ୍ଜିଆ ସାହାରପଡ଼ାରେ ହେଲମେଟ ଚେକିଂ ବେଳେ ଜଣେ ଯୁବକଙ୍କୁ ପୁଲିସର ମାଡ ଅଭିଯୋଗ Kanak News ହେଲମେଟ ଚେକିଂକୁ ନେଇ ପୁଲିସ-ଜନତା ମୁହାଁମୁହିଁ : କରଞ୍ଜିଆ ସାହାରପଡ଼ାରେ ହେଲମେଟ ଚେକିଂ ବେଳେ ଜଣେ ଯୁବକଙ୍କୁ ପୁଲିସର ମାଡ ଅଭିଯୋଗ Kanak News Reviewed by SUBHENDU BARAL on March 29, 2021 Rating: 5

No comments:

Powered by Blogger.