ଆଜି ଉତ୍କଳ ଦିବସ : ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ୧୯୩୬ରେ ହୋଇଥିଲା ଗଢା; ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି ସାରାରାଜ୍ୟ Kanak News
କନକ ବ୍ୟୁରୋ : ଆଜି ଉତ୍କଳ ଦିବସ । ୧୯୩୬ ମସିହାରେ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଗଢା ହୋଇଥିଲା ଓଡିଶା । ଆଜି ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି ସାରାରାଜ୍ୟ । ଓଡ଼ିଶା ମାଟି ମା’କୁ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ, ଗଞ୍ଜାମକୁ ନେଇ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ। କିନ୍ତୁ ଅନ୍ୟ ରାଜ୍ୟ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ପଞ୍ଚିମବଙ୍ଗ ଆଦି ରାଜ୍ୟରେ ନିଜସ୍ବ ମାତୃ୍ଭାଷାକୁ ଯେତିକି ଗୁରୁତ୍ବ ଦିଆଯାଉଛି, ଓଡ଼ିଶାରେ ତା ନାହିଁ ।
ଆଜିକୁ ୮୫ ବର୍ଷ ବିତିଯାଇଥିଲେ ହେଁ ଓଡ଼ିଆ ଭାଷାକୁ ସାର୍ବଜନୀନ କରାଯାଇ ପାରି ନାହିଁ। ସେପଟେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିଛନ୍ତି ଉତ୍କଳ ସମ୍ମିଳନୀ, ନୀଳଶୈଳ, ନୀଳଚକ୍ର, ଓଡ଼ିଆ ଭାଷା ବିକାଶ ମଞ୍ଚ ପରି ଅନେକ ଭାଷା ଭିତ୍ତିକ ସଙ୍ଗଠନ। କିନ୍ତୁ ଆଜିଯାଏଁ ଓଡ଼ିଶା ଭାଷାକୁ ସରକାରୀ ସ୍ତରରେ ଯେତିକି ଗୁରୁତ୍ବ ଦିଆଯିବା କଥା, ତା ହେଉ ନାହିଁ। ସଭା ସମିତିରେ ଓଡ଼ିଆ ଭାଷାକୁ ନେଇ କେବଳ କୁ୍ମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜନୈତିକ ଦଳର ନେତା। ଫଳ କିନ୍ତୁ ଶୂନ୍।
ଉତ୍କଳ ଦିବସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ କାର୍ଯ୍ୟକ୍ରମ ରହିଛି । ଆଜି କୋଲକାତାର ହୁଗୁଲି ନଦୀପଠାରୁ ଓଡିଆ ଭାଇଭଉଣୀଙ୍କ ସହ କଥା ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉକ୍ରଳ ଦିବସ ଅବସରରେ ଓଡିଆ ଲୋକଙ୍କ ସହ ଆଲୋଚନା କରିବେ । ଫେସବୁକ ଲାଇଭ ଜରିଆରେ ଉକ୍ରଳ ଦିବସ ଉପରେ ସମ୍ବୋଧିତ କରିବେ ।
from Kanak News https://ift.tt/3uflw6f https://ift.tt/2PnKSQM
No comments: