କନକ ବ୍ୟୁରୋ : ଆଜିଠାରୁ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ କରାଯିବ । ଆଜି ଠାରୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢୁଥିବାରୁ ଟିକାକରଣ ହେବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ, ନବରଙ୍ଗପୁର, ମୟୁରଭଞ୍ଜରେ ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ । ମାଛମାଂସ ବିକ୍ରେତା, ସେଲୁନ, ବୁଲା ବିକାଳି, ଅଟୋ ଓ ବସ ଡ୍ରାଇଭର, ବିଦ୍ୟାଳୟ ଓ କଲେଜ ଶିକ୍ଷକ, ରେଷ୍ଟୁରାଂଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବାରୁ ଲକ୍ଷ୍ୟ ରଖାଯାଇଛି ।
from Kanak News https://ift.tt/39znqqJ https://ift.tt/2X1ZzZQ
ଆଜିିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା : ହାଇରିସ୍କ ଗ୍ରୁପକୁ ମିଳିବ ପ୍ରାଥମିକତା Kanak News
Reviewed by SUBHENDU BARAL
on
March 31, 2021
Rating:
No comments: