ପିପିଲି ମହାଲଢେଇ : ଆଜି ନାମାଙ୍କନର ଶେଷ ଦିନ, ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡିରୁ ରୁଦ୍ର ମହାରଥୀ ଏବଂ କଂଗ୍ରେସରୁ ଅଜିତ୍ ମଙ୍ଗରାଜ

ଭୁବନେଶ୍ୱର ୩୦।୦୩:  ପିପିଲି ମଇଦାନ ପାଇଁ ୩ ଦଳର ପ୍ରାର୍ଥୀ ରେଡ୍ଡି । ଆଜି ଶେଷ ହେବ ନାମାଙ୍କନ । ଶେଷ ଦିନରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ।

ପିପିଲିରୁ ରାଲିରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ ଦୁଇ ଦଳର ପ୍ରାର୍ଥୀ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଆଶ୍ରିତ ପଟ୍ଟନାୟକ ଏବେ କର୍ମୀଙ୍କୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଛନ୍ତି । ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଟିକେଟ ଦେବା ପରେ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଦେଖା ଦେଇଛି । ପିପିଲି ଓ ଡେଲାଙ୍ଗ ଦୁଇ ବ୍ଲକରେ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ଟିମ ଗଢି ପ୍ରଚାରକୁ ଆଗକୁ ନେବାକୁ ରଣନୀତି କରିଛି ବିଜେଡି । ଦଳୀୟ ନେତା ଓ କର୍ମୀଙ୍କ ନେଇ ପିପିଲିରୁ ଶୋଭାଯାତ୍ରାରୁ ବାହାରି ରୁଦ୍ର ନାମାଙ୍କନ ପତ୍ର ଦାଖଲ କରିବେ। କଂଗ୍ରେସ ମଧ୍ୟ ଏଠାରେ ନିଜର ଦବଦବା ଜାହିର ପାଇଁ ଉଦ୍ୟମ ଚଳାଇଛି । ଏପ୍ରିଲ ୩ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଏପ୍ରିଲ ୧୭ରେ ପିପିଲି ଭୋଟ ହେବ ।



from Prameya News7 https://ift.tt/3rFSStG
ପିପିଲି ମହାଲଢେଇ : ଆଜି ନାମାଙ୍କନର ଶେଷ ଦିନ, ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡିରୁ ରୁଦ୍ର ମହାରଥୀ ଏବଂ କଂଗ୍ରେସରୁ ଅଜିତ୍ ମଙ୍ଗରାଜ ପିପିଲି ମହାଲଢେଇ : ଆଜି ନାମାଙ୍କନର ଶେଷ ଦିନ, ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡିରୁ ରୁଦ୍ର ମହାରଥୀ ଏବଂ କଂଗ୍ରେସରୁ ଅଜିତ୍ ମଙ୍ଗରାଜ Reviewed by SUBHENDU BARAL on March 29, 2021 Rating: 5

No comments:

Powered by Blogger.