ମୁମ୍ବାଇ ୨୪।୩: ମହାରାଷ୍ଟ୍ରରେ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି କୋଭିଡ ସ୍ଥିତି । ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ପଜିଟଭ୍ ଚିହ୍ନଟ ହେବା ସହ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏହା ଭିତରେ କରୋନା କାୟାରେ କଲବର ହେଉଛନ୍ତି ଠାକରେ ଖାନ୍ ଦାନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ପଜିଟିଭ ଚିହ୍ନଟ ହେବା ପରେ ଏବେ ପତ୍ନୀ ରଶ୍ମୀ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି ।
ଗତ ସୋମବାର ତାଙ୍କ ଅସୁସ୍ଥ ଲାଗିବାରୁ ସେ ନିଜର ପରୀକ୍ଷା କରାଇଥିଲେ । ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ସେ ତାଙ୍କର ସରକାରୀ ବାସଭବନ "ବର୍ଷା"ରେ ସଂଗରୋଧରେ ରହିଛନ୍ତି । କିଛିଦିନ ତଳେ ପୁଅ ତଥା ଆଦିତ୍ୟ ଠାକରେ କରୋନା ସଂକ୍ରମିତ ହେବା ପରେ ପୃଥକବାସରେ ରହିଆସୁଛନ୍ତି ।
ତେବେ ଦେଶରେ ଟିକାକରଣ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପତ୍ନୀ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି । ଏପଟେ ମାୟାନଗରରୀରେ ବେକାବୁ ହେବାରେ ଲାଗିଛି କିଲର ଭାଇରସ । ଏହାକୁ ଦୃଷ୍ଟିରେ ରଖି ବୃହନ୍ ମୁମ୍ବାଇ ନଗରପାଳିକା ୨୮ ଓ ୨୯ ତାରଖ ପାଇଁ କଟକଣା ଜାରି କରିଛନ୍ତି । ଏପରିକି ସାର୍ବଜନୀନ ସ୍ଥାନରେ ହୋଲି ପାଳନ ଉପରେ ରୋକ୍ ଲଗାଇଛନ୍ତି । ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ନୁଆ କେସ୍ ସାମ୍ନାକୁ ଆସିଥିବାବେଳେ ୮ ଜଣଙ୍କ ଜୀବନ ନେଇଛି ଭୂତାଣୁ ।
from Prameya News7 https://ift.tt/3vXeAwj
No comments: