ଜଗତସିଂହପୁର ସଦର ଥାନା ଏସଆଇ ଗିରଫ, ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ଜଗତସିଂହପୁର ୨୪।୩: ଜଗତସିଂହପୁର ସଦର ଥାନା ଏସଆଇ ବିଶ୍ଵଜିତ ଗଡନାୟକ ଭିଜିଲାନ୍ସ ଦ୍ବାରା ଗିରଫ ।  ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । କଟକ ଭିଜିଲାନ୍ସ ଟିମ୍ ଜଗତସିଂହପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ପୁରୁଣା କଚେରାମାଳ ସାହିର ପ୍ରୀତମ ମହାନ୍ତି ନାମକ ଜନୈକ ବ୍ୟକ୍ତିଙ୍କ କଟକରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ଜଗତସିଂହପୁର ବଡ ଲହଙ୍ଗା ଗାଁର ସୁରେନ୍ଦ୍ର ବାରିକ ସେଲସମ୍ୟାନ ଭାବେ କାମ କରୁଥିଲେ । ସୁରେନ୍ଦ୍ର ଏଠାରେ କାମ କରୁଥିବା ବେଳେ ଦୋକାନରୁ ବିଭିନ୍ନ ଉପାୟରେ ୧୮ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ । ତେବେ ପରେ ଜଗତସିଂହପୁର ପୋଲିସ ହସ୍ତକ୍ଷେପ ପରେ ସୁରେନ୍ଦ୍ର ୬ଲକ୍ଷ ଟଙ୍କା ଫେରସ୍ତ କରିଥିଲେ ମଧ୍ୟ ଅବଶିଷ୍ଟ ଟଙ୍କା ନଦେଇ ପ୍ରୀତମଙ୍କୁ ଓଲଟା ମାଡ ମାରିଥିଲେ ।  ଫଳରେ ପ୍ରୀତମ ଜଗତସିଂହପୁର ପୋଲିସର ଆଶ୍ରୟ ନେବା ସହ ଏ ବାବଦରେ  ଏତଲା ଦେଇଥିଲେ । ଅବଶିଷ୍ଟ ଟଙ୍କା ଆଦାୟ କରିଦେବା ପାଇଁ ପ୍ରତିଶ୍ରୁତି ଦେଇ  ଏସଆଇ ବିଶ୍ବଜିତ୍ ଗଡ଼ନାୟକ ପ୍ରୀତମ ମହାନ୍ତିଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ପ୍ରୀତମ୍ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ଯୋଜନା ମୁତାବକ ଜଗତସିଂହପୁର ଥାନା ଏସଆଇ ବିଶ୍ବଜିତ୍ ଗଡନାୟକ କଟକ-ମାଛଗାଁ ରାସ୍ତା କନ୍ଦରପୁର ବଜାରରେ ପହଞ୍ଚି ୫୦ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।  ସମ୍ପୃକ୍ତ ଏସଆଇଙ୍କଠାରୁ ଭିଜିଲାନ୍ସ କର୍ତ୍ତୃପକ୍ଷ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛନ୍ତି ।



from Prameya News7 https://ift.tt/39aQLr5
ଜଗତସିଂହପୁର ସଦର ଥାନା ଏସଆଇ ଗିରଫ, ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଜଗତସିଂହପୁର ସଦର ଥାନା ଏସଆଇ ଗିରଫ, ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ Reviewed by SUBHENDU BARAL on March 23, 2021 Rating: 5

No comments:

Powered by Blogger.