ବିନା ପରମିଟ୍ ଓ ଟ୍ୟାକ୍ସ ଫାଙ୍କି ବେଧଡକ ଚାଲିଥିଲା ଘରୋଇ ବସ୍, ରାଉରକେଲା ଆରଟିଓ ହାତରେ ଧରାପଡିଲା

ରାଉରକେଲା ୨୪।୩: ଯାତ୍ରୀଙ୍କୁ ବିପଦରେ ପକାଇ ଚାଲିଥିଲା ନାଇଟ୍ ଏକ୍ସପ୍ରେସ ‘ଉମାକାନ୍ତ’ ନାମକ ଘରୋଇ ବସ୍ । ବିନା ପରମିଟ୍ ସହ ବିନା ଟ୍ୟାକ୍ସରେ ବେଧଡ଼କ ଭାବରେ ରାଉରକେଲାରୁ ବ୍ରହ୍ମପୁର ଚାଲିଥିଲା ବସ୍ । ଯାତ୍ରୀଙ୍କଠାରୁ ଚଢ଼ା ଦର ୫୫୦ଟଙ୍କା ନେଉଥିଲା ଭଡା । ସରକାରଙ୍କୁ ଗତ ନଭେମ୍ବରରୁ ଫାଙ୍କୁଥିଲା ଟ୍ୟାକ୍ସ । ଆଉ ମଙ୍ଗଳବାର ଧରାପଡିଛି ରାଉରକେଲା ଆରଟିଓ ଟିମ୍ ହାତରେ ।

ସୂଚନାଯୋଗ୍ୟ ଯେ, ଯାତ୍ରୀ ଧରି ରାତି ୭ଟାରେ ରାଉରକେଲାରୁ ବାହାରି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଉଦିତନଗରରେ ରାଉରକେଲା ଆରଟିଓର ସ୍ଵତ‌ନ୍ତ୍ର ଟିମ୍ ବସକୁ ଜବତ କରିଛି । ଟ୍ୟାକ୍ସ ବାବଦକୁ ୨ ଲକ୍ଷ ୬୫୫ଟଙ୍କା ବାକିଥିବା ବେଳେ ଫାଇନ୍ ପଡିଛି ୨ ଲକ୍ଷ ୧୨ ହଜାର ୧୫୫ଟଙ୍କା । ଏଠାରେ ପ୍ରଶ୍ନ ଉଠୁଛି ଯେ ଆଜି ପର୍ଯ୍ୟନ୍ତ ଯାତ୍ରୀଙ୍କୁ ବିପଦରେ ପକାଇ ବିନା ଟ୍ୟାକ୍ସ ବିନା ପରମିଟରେ କେମିତି ଚାଲୁଥିଲା ଏହି ବସ୍ । କେମିତି କେହି ଜାଣିପାରୁନଥିଲେ । ଆଚଂଳିକ ପରିବହନ ବିଭାଗ କରୁଥିଲା କଣ । ନାଁ ସବୁ ଜାଣିଶୁଣି ଚୁପ୍ ଥିଲେ ତା ଉପରେ ଉଠିଛି ପ୍ରଶ୍ନ ।



from Prameya News7 https://ift.tt/3lJpnWl
ବିନା ପରମିଟ୍ ଓ ଟ୍ୟାକ୍ସ ଫାଙ୍କି ବେଧଡକ ଚାଲିଥିଲା ଘରୋଇ ବସ୍, ରାଉରକେଲା ଆରଟିଓ ହାତରେ ଧରାପଡିଲା ବିନା ପରମିଟ୍ ଓ ଟ୍ୟାକ୍ସ ଫାଙ୍କି ବେଧଡକ ଚାଲିଥିଲା ଘରୋଇ ବସ୍, ରାଉରକେଲା ଆରଟିଓ ହାତରେ ଧରାପଡିଲା Reviewed by SUBHENDU BARAL on March 23, 2021 Rating: 5

No comments:

Powered by Blogger.