ନବରଙ୍ଗପୁର ୩୧।୦୩: ନିଆଁ ଲାଗି ପୋଡିଗଲା ୨ କୋଟିରୁ ଅଧିକ ସମ୍ପତ୍ତି । ନବରଙ୍ଗପୁର ସହର ମୁଖ୍ୟ ରାସ୍ତା କଡ଼ରେ ଥିବା ଲୁଗା ଦୋକାନରେ ନିଆଁ ଲାଗି ଏପରି କ୍ଷତି ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ସଟ୍ ସର୍କିଟ୍ ଯୋଗୁଁ ନବରଙ୍ଗପୁରରେ ଏକ ଲୁଗା ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଦୁଇ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ନବରଙ୍ଗପୁର ସହର ମୁଖ୍ୟ ରାସ୍ତା କଡରେ ରହିଥିବା ପାରସନାଥ ଏମ୍ପରିୟମ ଲୁଗା ଦୋକାନରେ ଏୟାର କଣ୍ଡିସନ୍ ରୁ ସଟ୍ ସର୍କିଟ୍ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଦୁଇ ମହଲା ବିସିଷ୍ଟ ଲୁଗା ଦୋକାନରେ ନିଆଁ ଲାଗି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହେବାସହ କୋଠା ଘରଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁଇ ମହଲା ଦୋକାନର ତଳ ଷ୍ଟଲରେ ଥିବା ଜୁଏଲରୀ ଦୋକାନ ମାଲିକ ସମୟ ଥାଉଣୁ ଦୋକାନରୁ ସବୁ ସାମଗ୍ରୀ କାଢି ନେବାରୁ କାଢି ନେଇଯାଇଥିବା ଫଳରେ ଅଳ୍ପକେ ବର୍ତ୍ତିଯାଇଛି। ଦିର୍ଘ ସମୟର ପ୍ରଚେଷ୍ଟା ପରେ ୬ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
from Prameya News7 https://ift.tt/3frW9dk
No comments: