ଗର୍ଲଫ୍ରେଣ୍ଡ୍ ସୋମି ଅଲିଙ୍କୁ ଧୋକା ଦେଇଥିଲେ ସଲମାନ ଖାନ୍, ଅଭିନେତ୍ରୀ ଜଣାଇଲେ ସମ୍ପୂର୍ଣ୍ଣ କାହାଣୀ

ମୁମ୍ବାଇ ୩୧/୦୩: ଖୁବ୍ କମ୍ ବୟସରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ସୋମି ଅଲି ଅଳ୍ପ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ । ବଲିଉଡ ଛାଡିବାର କାରଣ ହେଉଛି ସଲମାନଙ୍କ ସହ ତାଙ୍କର ବ୍ରେକଅପ୍, ଯାହା ବିଷୟରେ ସେ ପୂର୍ବରୁ କହିସାରିଛନ୍ତି । କିନ୍ତୁ ନିକଟରେ ସେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୋମି କହିଛନ୍ତି ସଲମାନ ତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ ଏବଂ ଏହା ପରେ ସେ ଏତେ ଭାଙ୍ଗିପଡିଥିଲେ ଯାହାଫଳରେ ଇଣ୍ଡଷ୍ଟ୍ରି ଛାଡିଦେଇଥିଲେ ।

Somy Ali reveals she's not spoken to ex-boyfriend Salman Khan in years and why that's the 'best way'

ସୋମି ଅଲି ୧୬ ବର୍ଷ ବୟସରେ ଫିଲ୍ମ 'ମେନ୍ ପ୍ୟାର୍ କିୟା'ରେ ସଲମାନ ଖାନଙ୍କୁ ପ୍ରଥମ ଥର ଦେଖିଥିଲେ । ଏହି ଫିଲ୍ମ ପରେ ସୋମି ସଲମାନଙ୍କୁ ବିବାହ କରିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ସେ ତାଙ୍କ ସୁଟକେସ୍ ପ୍ୟାକ୍ କରି ମା’ଙ୍କୁ କହିଥିଲେ ସଲମାନଙ୍କୁ ବିବାହ କରିବାକୁ ଭାରତ ଯିବାକୁ ଚାହୁଁଛନ୍ତି । ଭାରତ ଆସିବା ପରେ ସେ କିଛି ମଡେଲିଂ ପ୍ରୋଜେକ୍ଟ ଏବଂ ଫିଲ୍ମ ପରେ ସଲମାନଙ୍କୁ ଭେଟିଥିଲେ ।

Marrying Salman Khan was my only goal, says Somy Ali about moving to Mumbai at 16 | Hindustan Times

ସୋମି ସଲମାନଙ୍କୁ ଭେଟିବା ପରେ ୧୭ ବର୍ଷ ବୟସରେ ସଲମାନଙ୍କୁ ଡେଟିଂ କରିବା ଆରମ୍ଭ କରିଥିଲେ । ତାଙ୍କର ଏହି ସମ୍ପର୍କ ୮ ବର୍ଷ ପର୍ଯ୍ୟନ୍ତ ରହିଥିଲା ଏବଂ ସେମାନେ ୧୯୯୯ ମସିହାରେ ଅଲଗା ହୋଇଯାଇଥିଲେ । ଏକ ଇଣ୍ଟରଭ୍ୟୁରେ ସୋମି ତାଙ୍କ ବ୍ରେକଅପ୍ ର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି ।

Throwback To When Salman Khan And Somy Ali Were Madly In Love; Their Split & More

ସୋମି କହିଛନ୍ତି, ‘ମୋର ତାଙ୍କ ସହିତ ବ୍ରେକଅପ୍ ହେବାର ୨୦ ବର୍ଷ ବିତିଗଲାଣି । ସେ ମୋତେ ଧୋକା ଦେଇଥିଲେ ଏବଂ ମୁଁ ତାଙ୍କ ସହ ବ୍ରେକଅପ୍ କରି ଫେରି ଆସିଥିଲି । ସଲମାନ ମୋତେ କହିଥିଲେ ବର୍ତ୍ତମାନ ଆମେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢିସାରିଲେଣି । ଏବେ ଆମେ ଅଲଗା ହୋଇଯିବା ଭଲ ହେବ । ତେଣୁ ମୁଁ ବ୍ରେକଅପ୍ କରିନେିଥିଲି । ବ୍ରେକଅପ୍ ପରେ ବଲିଉଡ୍ ରେ ରହିବା କୌଣସି କାରଣ ନଥିଲା ତେଣୁ ମୁଁ ଫେରିଆସିଥିଲି ।’ ବଲିଉଡ୍ ରେ ଫେରିବା ବିଷୟରେ ସୋମି କହିଛନ୍ତି, 'ମୋର ସେତେବେଳେ କୌଣସି ଆଗ୍ରହ ନଥିଲା ଏବଂ ଏବେବି ନାହିଁ । ମୁଁ ସେଠାରେ ଫିଟ୍ ନୁହେଁ ’।



from Prameya News7 https://ift.tt/3u6EE6y
ଗର୍ଲଫ୍ରେଣ୍ଡ୍ ସୋମି ଅଲିଙ୍କୁ ଧୋକା ଦେଇଥିଲେ ସଲମାନ ଖାନ୍, ଅଭିନେତ୍ରୀ ଜଣାଇଲେ ସମ୍ପୂର୍ଣ୍ଣ କାହାଣୀ ଗର୍ଲଫ୍ରେଣ୍ଡ୍ ସୋମି ଅଲିଙ୍କୁ ଧୋକା ଦେଇଥିଲେ ସଲମାନ ଖାନ୍, ଅଭିନେତ୍ରୀ ଜଣାଇଲେ ସମ୍ପୂର୍ଣ୍ଣ କାହାଣୀ Reviewed by SUBHENDU BARAL on March 30, 2021 Rating: 5

No comments:

Powered by Blogger.