ମୁମ୍ବାଇ ୨୬/୦୩ : ମୁମ୍ୱାଇର ସନରାଇଜ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଘଟଣରେ ୨ ଜଣଙ୍କୁ ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ଏବେ ସେଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।
ମୁମ୍ୱାଇ ସ୍ଥିତ ଥିବା ଏକ ମଲର ତୃତୀୟ ମହଲାରେ ରହିଛି ସନଇରାଇଜ୍ ହସ୍ପିଟାଲ୍ । ଏଠାରେ ପାଖାପାଖି ୭୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ତେବେ ଏମାନେ ସମସ୍ତେ କରୋନା ପିଡୀତ । ଘଟଣା ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି । ଘଟଣାରୁ ଜଣାପଡିଛି ଯେ, ବିଳମ୍ୱିତ ରାତିରେ ଡ୍ରିମ୍ ମଲରେ ଥିବା ସନରାଇଜ ହସ୍ପିଟାଲରେ ହଠାତ୍ ନିଆଲାଗିଯାଇଥିଲା । ଖବର ପାଇ ୨୦ରୁ ଅଧିକ ଦମକଳ ବାହିନୀ ନିଆଁ ଲିଭାଇବାରେ ଲାଗିଥିଲେ । ଯଥାଶୀଘ୍ର ୯୦ ପ୍ରତିଶତ ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ଅଧିକାରୀ । ତେବେ ୨ ରୋଗୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ସମସ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇଛି ।
ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାବତ୍ ଜଣାପଡିନି । ଘଟଣାର ଯାଞ୍ଚ କରୁଛନ୍ତି ଡିସିପି ପ୍ରଶାନ୍ତ କଦମ୍ । ସେପଟେ ମୁମ୍ୱାଇ ମେୟର ମଲରେ ହସ୍ପିଟାଲ ଥିବା ଘଟଣାକୁ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ତାଙ୍କ ମତରେ ଏହା ଏକ ବିରଳ ଘଟଣା, ଯେ କି ମଲରେ କୌଣସି ହସ୍ପିଟାଲ ଥାଏ । ନିଆଁ ଲାଗିବା ପରେ ଏସବୁ ଘଟଣା ନଜରକୁ ଆସିଛି । ଆଗକୁ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
from Prameya News7 https://ift.tt/2P0b7wF
No comments: